ଏନର୍ଜୀ କ୍ଳବ ପକ୍ଷରୁ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ

0
266

ଵ୍ରହ୍ମପୁର: ଡୁରା ଗ୍ରାମ ପଞ୍ଚାୟତ ନିକଟରେ ଥିବା ଡୁରା ନ୍ୟାସନାଲ ହାଈସ୍କୁଲ ରେ ଏନର୍ଜୀ କ୍ଳବ ତରଫରୁ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡୁରା ରାମନାରାୟଣ କଲେଜ ଅଧ୍ୟାପିକା ଡ଼.ଉଷା ରାଣୀ ବ୍ରହ୍ମା ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଶକ୍ତି ସଂରକ୍ଷଣ ଉପରେ ଆଲୋକପାତ କରାଇଥିଲେ । ସଂମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା କଣ୍ଠଶିଳ୍ପୀ ସୁଦୀପ କୁମାର ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ନିଜେ ସଂଗୀତ ରେ ଉତ୍ସାହିତ କରିଥିଲେ। ସ୍କୁଲ ତରଫରୁ ପୂର୍ବରୁ ଆୟୋଜିତ ପ୍ରତିଯୋଗିତା ର କୃତୀତ୍ଵ ଅର୍ଜନ କରିଥିବା ଛାତ୍ର ଓ ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ଯୁବ ସାମ୍ବାଦିକ ସଞ୍ଜୟ କୁମାର ସାହୁ ଓ ସାଗର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବି. ଏରେୟା ରେଡି ଅଧ୍ୟକ୍ଷତା କରିଥିବା ବେଳେ ପ୍ରଣତି ପାଣିଗ୍ରାହୀ, ଅନୁରାଧା ସାହୁ , ଏନାର୍ଜୀ କ୍ଳବ ଅଧିକାରୀ ଅମିତାରାଣୀ ସାହୁ, ଅନିତା କୁମାରୀ ମିଶ୍ର, ବିଷ୍ଣୁପ୍ରିୟା ସାହୁ, ନିର୍ମଳାଦାଶ, ଚଦ୍ର କଲେଶ୍ୱେର ସାହୁ, ଦୀପ୍ତି ପଟ୍ଟନାୟକ, ସୁରେସାଶିଷ ସାହୁ, ହରପ୍ରିୟା ମହାପାତ୍ର, ଚିତ୍ତରଞ୍ଜନ ମିଶ୍ର, ଙ୍କ ସମେତ ବହୁତ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପରିଶେଷରେ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଗ୍ରାମ ପରିକ୍ରମା କରି ଲୋକମାନଙ୍କୁ ଶକ୍ତି ସଂରକ୍ଷଣ ବିଷୟରେ ସଚେତନତା କରାଇଥିଲେ ।ଶେଷରେ ଗୀତାଞ୍ଜଳି ପଣ୍ଡା ଧନ୍ୟବାଦ୍ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here