ବୁଗୁଡା: ବିଜେଡି ନଗରପାଳ ପ୍ରାର୍ଥୀଙ୍କ ସହ ୪ କାଉନସିଲର ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ

0
349

ବୁଗୁଡା:ନିର୍ବାଚନ କମିଶନର ଓଡ଼ିଶାର ୫୯ ଏନଏସି, ୪୭ ମ୍ୟୁନିସିପାଲିଟି ଓ ୩ କର୍ପୋରେସନ ମିଶି ମୋଟ ୧୦୯ ପୌରସଭା ପାଇଁ ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ଭୋଟ ଗ୍ରହଣ କାରାଯିବା ପାଇଁ ଫେବୃଆରୀ ୨୫ ତାରିଖରେ ଘୋଷଣା କରିଥିଲେ। ଘୋଷଣା ପ୍ରକାରେ ମାର୍ଚ୍ଚ ୨ ତାରିଖ ଠାରି ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ। ମାର୍ଚ୍ଚ ୯ ତାରିଖରେ ଯାଞ୍ଚ ଥିବାବେଳେ ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଛି।ମାର୍ଚ୍ଚ ୨୪ ତାରିଖ ସକାଳ ୮ ଘଣ୍ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ଓ ମାର୍ଚ୍ଚ ୨୬ ତାରିଖ ଦିନ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ବୁଗୁଡା ବିଜ୍ଞାପିତ ଅଞ୍ଚଳରେ ୧୩ ୱାର୍ଡ ଥିବା ବେଳେ ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିବସରେ ଜଣେ ନଗରପାଳ ପାଇଁ ଓ ଚାରି ଜଣ କାଉନସିଲର ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମାର୍ଚ୍ଚ ୪ ତାରିଖ ଦିନ ବିଜୁ ଜନତା ଦଳର ନଗରପାଳ ପ୍ରାର୍ଥୀ ଚିତ୍ରସେନ ପ୍ରଧାନ ନିଜର ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀ ତଥା ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କ ନିକଟରେ ଦାଖଲ କରିଛନ୍ତି। ସେହିପରି ବିଜେଡି ପ୍ରାର୍ଥୀଭାବେ କାଉନସିଲର ପାଇଁ ଗୀତାଞ୍ଜଳୀ ପାଢ଼ୀ, ଉର୍ମିଳା ସାହୁ, ଆଶୁତୋଷ ବଢ଼େଇ ଓ ପିଙ୍କି ନାହାକ ନିଜ ନଜର ପ୍ରାର୍ଥୀପତ୍ର ନିର୍ବାଚନ ଅଧିକାରୀ ଶ୍ରୀ ଜେନାଙ୍କ ନିକଟରେ ଦାଖଲ କରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here