ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ୯ ପ୍ରାର୍ଥୀଙ୍କ ପଡ଼ିଲା ନାମାଂକନ ପତ୍ର

0
299

ଗଞ୍ଜାମ () ଗଂଜାମ ଜିଲ୍ଲା ଦିଗପହଣ୍ଡି ଠାରେ ଅବସ୍ଥାପିତ କୋର୍ଟରେ କାର୍ଯ୍ୟରତଥିବା ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଆଜି ରାଜ୍ଯ ବାର୍‌ କାଉନସିଲ ନିର୍ଦ୍ଦେଶ ପ୍ରକାରେ କର୍ମକର୍ତ୍ତା ନିର୍ବାଚନ ଘେନି ଆଜି ପ୍ରଥମ ଦିନରେ ନାମାଂକନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ନିର୍ବାଚନ ଅଧିକାରୀ ଲକ୍ଷ୍ମୀ ନାରାୟଣ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ନିର୍ବାଚନ କାର୍ଯ୍ୟକ୍ରମ ପରିଚଳନା ହେଉଥିବା ବେଳେ ଆଜି ପ୍ରଥମ ଦିନରେ ଖେମୁଣ୍ଡି ଓକିଲ ସଂଘର ୯ ଜଣ ସଦସ୍ୟ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସଭାପତି ପଦ ପାଇଁ ପରେଶ ଚନ୍ଦ୍ର ରଥ ଏବଂ ଅଶେଷ ନାଥ ମିଶ୍ର ନାମାଂକନ ପତ୍ର ଦାଖଲ କରିଥିବା ବେଳେ ଉପସଭାପତି ପଦ ପାଇଁ ଗଜାନନ ତ୍ରିପାଠୀ ଏବଂ ରାମକୃଷ୍ଣ ପାଢ଼ୀ ମନୋନୟନ ପତ୍ର ଦାଖଲ କରିଛନ୍ତି । ସଂପାଦକ ପଦ ପାଇଁ ବିଜୟ କୁମାର ପ୍ରଧାନ ଏବଂ ଗିରିଜାନନ୍ଦନ ମେକପ ଓ ମନୋରଞ୍ଜନ ପଣ୍ଡା ନାମାଂକନ ପତ୍ର ଦାଖଲ କରିଥିବା ବେଳେ ସହସଂପାଦକ ପଦ ପାଇଁ ରବିଚନ୍ଦ୍ର ଗୌଡ଼ ଏବଂ ପ୍ରହଲ୍ଲାଦ ପ୍ରଧାନ ନାମାଂକନ ପତ୍ର ଦାଖଲ କରିଥିବା ଜଣାପଡିଛି । ପ୍ରଥମ ଦିନରେ ଖେମୁଣ୍ଡି ଓକିଲ ସଂଘର ସଦସ୍ୟ ମାନଙ୍କ ମଧ୍ୟରେ ନିର୍ବାଚନି ଉଷ୍ମତା ଦେଖାଦେଇଛି । ସମସ୍ତ ପଦବି ପାଇଁ ଲଢ଼େଇର ମଇଦାନ ସୃଷ୍ଟି ହୋଇଛି । ତେବେ ବିତ୍ତ ରକ୍ଷକ ପଦବୀ ନିମନ୍ତେ କେହି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିନଥିବା ବେଳେ ୮ ତାରିଖ ନାମାଂକନ ପତ୍ର ଦାଖଲର ଶେଷ ଦିବସ ଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here