ଅଙ୍ଗରଗାଁ ରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

0
660

ବେଗୁନିଆପଡା:କୋଦଳା ଥାନା ଅନ୍ତର୍ଗତ ଅଙ୍ଗାର ଗାଁ ବଡ ସାହିରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ସାହିରେ ବାସ କରୁଥିବା ମଞ୍ଜୁ ସାହୁ ଓ ସୁକୁଟା ସାହୁଙ୍କ ସହ ସେହି ସାହିର ଧୋବା ମହାପାତ୍ର ଓ ରଙ୍ଗବତୀ ମହାପାତ୍ରଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହେବା ସହ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ହାତା ହାତି ହେବା ପରେ ଧୋବା ଉତକ୍ଷିପ୍ତହୋଇ ମଞ୍ଜୁଙ୍କୁ ଓ ଶୁକୁଟା ଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।ଗୁରୁତର ଅବସ୍ଥାରେ ମଞ୍ଜୁ ଓ ସୁକୁଟାଙ୍କୁସୁମଣ୍ଡଳ ମେଡିକାଲକୁ ନେବା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଖବର ପାଇ ବେଗୁନିଆପଡା ଫାଣ୍ଡି ଅଧିକାରୀ ସଂଗ୍ରାମ ଦେହୁରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

LEAVE A REPLY

Please enter your comment!
Please enter your name here