କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ମହେନ୍ଦ୍ରଗିରି ଶୈବ ପୀଠରେ ଚଳିତ ବର୍ଷରେ ଜାଗର ଯାତ୍ରା ବନ୍ଦ

0
420

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରାୟଗଡା ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗିରି ଶୈବ ପୀଠ ହୋଇଥିବାରୁ ବର୍ତମାନ ତୃତୀୟ ଲହରୀ କୋରନା ମହାମାରୀର ରୂପ କୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାସ ୨୭ ତାରିଖ ଠାରୁ ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ମହେନ୍ଦ୍ରଗିରି ଶିଖରରେ ସମସ୍ତ ପ୍ରବେଶ ପଥକୁ ବନ୍ଦ କରିଦିଆଯାଇଛି ଫଳରେ ଏହି ଐତିହାସିକ ଶୈବପୀଠ କୁ ମହାଶୀବରାତ୍ରୀ ଦିନ ଏହି ସ୍ଥାନକୁ କୈାଣସି ପ୍ରକାର ଭକ୍ତ ଓ ଶ୍ରଦ୍ଧାଳୁମାନେ କିମ୍ବା ପର୍ଯ୍ୟାଟକଙ୍କ ପାଇଁ ପ୍ରବେଶ ପଥକୁ ସଂପୂର୍ଣ୍ଣ ରୁପେ ବନ୍ଦ କରାଯାଇଛି। ଏହି ଅବସରରେ ଦେଶରେ ଲାଗି ରହିଥିବା ମହାମାରୀ କରୋନାର ପ୍ରଥମ ଲହରକୁ ଦୁଇ ବର୍ଷ ବିତିଯାଇଛି । ଇତି ମଧ୍ୟରେ ଯେତେ ସବୁ ପୂଜାପର୍ବ, ପର୍ବାଣୀ, ବ୍ରତଘର ବିବାହୋତ୍ସବ ଗୁଡିକୁ ସବୁକିଛି କଟକଣା ଜାରି କରିଥିବା ବେଳେ ପ୍ରଶାସନିକ ପକ୍ଷରୁ ଅନୁମତି କ୍ରମେ କିଛି ବନ୍ଦ ଆଉ କିଛି ଆଂଶିକ କହୋଳ କରି ପୂଜାର୍ଚ୍ଚନା ହେଉଛି । ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଠାରେ ଜାଗର ଯାତ୍ରାରେ ଜନସମାଗମକୁ ବାରଣ କରିଛନ୍ତି ଜିଲ୍ଲାପ୍ରଶାସନ । ଜିଲ୍ଲା ପ୍ରଶାସନର ଏ ନେଇ ଏକ ପ୍ରେସ୍ ବିବୃତ୍ତି ଜାରି କରି ସୂଚନା ଦେଇଛି ଯେ, ଆସନ୍ତା ଚଳିତ ମାସ ୨୭ ତାରିଖ ଠାରୁ ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ମହେନ୍ଦ୍ରଗିରି ଶିଖରର ସମସ୍ତ ପ୍ରବେଶପଥକୁ ବନ୍ଦ କରିଦିଆଯିବ ବୋଲି ସୂଚନା ଦେଇଛନ୍ତି।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here