ଭୋଟ ଗଣତି କେନ୍ଦ୍ର ପରିଦର୍ଶନ କଲେ ଉପଜିଲ୍ଲାପାଳ

0
318

ବୁଗୁଡା : ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ବୁଧବାର ଦିନ ବୁଗୁଡା ଗସ୍ତରେ ଆସି ବୁଗୁଡା ବ୍ଲକର ଭୋଟ ଗଣତି କେନ୍ଦ୍ର ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିବା ଜଣା ପଡ଼ିଛି। ବୁଗୁଡା ବ୍ଲକରେ ଫେବୃଆରୀ ୧୮ ତାରିଖ ଦିନ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବୁଗୁଡା ବ୍ଲକର ୨୧ ଟି ପଞ୍ଚାୟତର ସମସ୍ତ ଭୋଟ ବାକ୍ସ ଷ୍ଟ୍ରଙ୍ଗ ରୁମରେ ନିରାପଦରେ ଥିବାବେଳେ କଡା ପୋଲିସ ପ୍ରହାରା ବ୍ୟବସ୍ଥା କରାଯାଇଛି। ଆସନ୍ତ ୨୬ ତାରିଖ ଦିନ ୪୧ ନମ୍ବର ଜିଲ୍ଲା ପରିଷଦ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ମେମ୍ବର ଓ ୱାର୍ଡ ମେମ୍ବର ସମେତ ଜିଲ୍ଲା ପରିଷଦ ସଦସ୍ୟାଙ୍କ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ। ସେହିପରି ୨୭ ତାରିଖରେ ୪୨ ନମ୍ବର ଜୋନ ଓ ୨୮ ତାରିଖ ଦିନ ୪୩ ନମ୍ବର ଜୋନର ସରପଞ୍ଚ, ସମିତି ମେମ୍ବର ଓ ୱାର୍ଡ ମେମ୍ବରଙ୍କ ସମେତ ଜିଲ୍ଲା ପରିଷଦ ପାଇଁ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା ହେବ। ଭୋଟ ଗଣତି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବୁଗୁଡା ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି। ଫେବୃଆରୀ ୨୩ ତାରିଖ ଦିନ ଭଞ୍ଜନଗର ଉପଜିଲ୍ଲାପାଳ ଭୋଟ ଗଣତି କେନ୍ଦ୍ରର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିବାକୁ ଆସିଥିଲେ। ବୁଗୁଡା ବ୍ଲକ ଭୋଟ ଗଣତି କେନ୍ଦ୍ର ପରିଦର୍ଶନ ପରେ ଶ୍ରୀ ମିଞ୍ଜ ସନ୍ତୋଷ ପ୍ରକାଶ କରିଥିଲେ। ଉପଜିଲ୍ଲାପାଳ ଶ୍ରୀ ମିଞ୍ଜଙ୍କ ସହ ବୁଗୁଡା ବିଡ଼ିଓ ଶ୍ରୀ ପାତ୍ର ଓ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here