ବ୍ରହ୍ମପୁର ବିଧାୟକଙ୍କ ଉଦାରତା

0
237

ବ୍ରହ୍ମପୁର: ରାସ୍ତା କଡରେ ପିଲାଛୁଆଙ୍କୁ ଧରି ପଡିରହିଥିବା ଏକ ପରିବାର ଉପରେ ନଜର ପଡିଛି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କର। ପୂର୍ବରୁ ଯଦିଓ ଏଭଳି ଅନେକ କାମ କରି ସେ ଉଦାହରଣ ସୃଷ୍ଟି କରିଛନ୍ତି ତଥାପି ଆଜିର ଘଟଣା କିଛି କମ ନୁହଁ। ବିଧାୟକ କୌଣସି କାର୍ଯ୍ୟକ୍ରମରୁ ଘରକୁ ଫେରୁଥିବା ସମୟରେ ଗିରିରୋଡ଼ ଛକରେ ରାସ୍ତା କଡରେ ବସିଥିବା ଏକ ପରିବାର ଉପରେ ତାଙ୍କର ପଡିଥିଲା ନଜର। ବୁଝିବା ବେଳକୁ 3ପ୍ରାଣୀଙ୍କୁ ନେଇ ଚଳୁଥିବା ଏହି ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଶୁଶାନ୍ତ ଦତ୍ତ ରୋଗଗ୍ରସ୍ତ। ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ଗୋଡ଼ରେ ଲୁହା କଣ୍ଟା ପଶି ଗୋଡଟି ସେଫଟିକ ହୋଇଯାଇଛି। ଭଞ୍ଜନଗର ହସ୍ପିଟାଲରେ ଦେଖାଇଥିଲେ ହେଁ କେହି ଗୁରୁତ୍ୱ ଦେଇନଥିବା ସେ ଅଭିଯୋଗ କରିଛନ୍ତି2। ଫଳରେ ଅନ୍ୟ ଉପାୟ ନପାଇ ଶୁଶାନ୍ତ ନିଜ ଛୋଟ ଝିଅ ଓ ପତ୍ନୀଙ୍କୁ ସାଙ୍ଗରେ ନେଇ ବହୁ କଷ୍ଟରେ ବ୍ରହ୍ମପୁର ଆସିଥିଲେ। ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ପାଖରେ ପହଞ୍ଚିଥିଲେ ସୁଦ୍ଧା ତାଙ୍କୁ ମିଳିନଥିଲା ଚିକିତ୍ସା ସୁବିଧା। ଏଣେ ତେଣେ ବୁଲି ରାସ୍ତା କଡରେ ଜୀବନ ବିତାଉଥିଲେ ଶୁସାନ୍ତଙ୍କ ପରିବାର। ଆଜି ବିଳମ୍ବିତ ରାତିରେ ଟିମ କ୍ଲିନ ସିଟିର ସଦସ୍ୟଙ୍କ ଠାରୁ ସୂଚନା ପାଇ ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚିଥିଲେ ବ୍ରହ୍ମପୁର ବିଧାୟକ। ଶୁଶାନ୍ତଙ୍କ ଉଦ୍ଧାର ସହ ଚିକିତ୍ସା ପାଇଁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବଡ଼ ମେଡିକାଲ ପଠାଇ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ। ଟିମ କ୍ଲିନ ସିଟି ପକ୍ଷରୁ ଖବର ପାଇ ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ବିନୋଦ ବେହେରା ଉପସ୍ଥିତ ରହି ରେଡ଼କ୍ରସ ପାଣ୍ଠିରୁ 5ହଜାର ଟଙ୍କା ପ୍ରଦାନ କରିଥିଲେ। ବ୍ରହ୍ମପୁର ବିଧାୟକଙ୍କ ହସ୍ତକ୍ଷେପ ଓ ପ୍ରଶାସନର ସହଯୋଗ ଯୋଗୁଁ ଶୁଶାନ୍ତଙ୍କ ସମୟପଯୋଗୀ ଉଦ୍ଧାର ଓ ଚିକିତ୍ସା ପରେ ସେ ଖୁବଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଆଶା କରାଯାଇଛି। ଦୀର୍ଘଦିନ ଧରି ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ଶୁଶାନ୍ତଙ୍କ ପରିବାର ଏଥିପାଇଁ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here