ଜଙ୍ଗଲ ଧାରାବାହିକରେ ଗବେଷକ ଡକ୍ଟର ବ୍ରଜକିଶୋର

0
350

ବୁଗୁଡା : ଆନ୍ତର୍ଜାତିକ ସୁନାମଧନ୍ୟ ଶିଳ୍ପୀ ସ୍ଥିତଧି ରଥ ଙ୍କ ଦ୍ଵାରା ପ୍ରଯୋଜିତ ଧାରାବାହିକ ” ଜଙ୍ଗଲ” ର ନବମ ଭାଗ ମୁକ୍ତିଲାଭ କରିଥିବା ବେଳେ ପ୍ରତ୍ନତାତ୍ତ୍ୱିକ ଗବେଷକ ଡକ୍ଟର ବ୍ରଜକିଶୋର ପାଢୀଙ୍କୁ ଦେଖିବାକୁ ମିଳିଛି। ବୁଗୁଡା ଅଞ୍ଚଳର ଐତିହ୍ୟ, ସଂସ୍କୃତି, କଳା ଓ ପ୍ରାକୃତିକ ସ୍ଥଳୀକୁ ଲୋକଲୋଚନକୁ ଆଣିବା ସହ ସ୍ୱାସ୍ଥ୍ୟ, ପରିବେଶ ଓ ଶିକ୍ଷା ପ୍ରଭୃତି ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଶିଳ୍ପୀ ସ୍ଥିତିଧି ରଥ ଧାରାବାହିକ “ଜଙ୍ଗଲ” ମାଧ୍ୟମରେ ଚେଷ୍ଟା ଜାରିରଖି ପ୍ରଶଂସନୀୟ ହୋଇପାରିଛନ୍ତି। ନବମ ଭାଗରେ ଗବେଷକ ଡକ୍ଟର ବ୍ରଜକିଶୋର ପାଢ଼ୀଙ୍କ ମାଧ୍ୟମରେ ବୁଗୁଡା ଅଞ୍ଚଳର ଐତିହାସିକ ପୀଠ ମୁକୁନ୍ଦଗଡ଼ ସହ ବଳଦେବ ଜୀଉ ନାମକରଣ ଓ ବିଗ୍ରହ ସ୍ଥାପନ ବିଷୟରେ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି। ଗବେଷକ ଡକ୍ଟର ଶ୍ରୀ ପାଢ଼ୀ ଏହି ଧାରାବାହିକ ଜଙ୍ଗଲରେ ବୁଗୁଡା ବଳଦେବ ମନ୍ଦିରର ନାମ କରଣ ଓ ବିଗ୍ରହ ସ୍ଥାପନ ବିଷୟରେ ପ୍ରକାଶ କରିଛନ୍ତି। କପିଳେନ୍ଦ୍ର ଦେବ ବୁଗୁଡା ବ୍ଲକର ଭାଗବାନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲପଲ୍ଲୀ ଗ୍ରାମଠାରୁ ଅଳ୍ପଦୂରରେ ମୁକୁନ୍ଦଗଡ଼ ଜଙ୍ଗଲ ମଧ୍ୟରେ ଏକ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଥିଲେ। ମୁକୁନ୍ଦଦେବ ଜଗନ୍ନାଥଙ୍କ ମନ୍ଦିରକୁ ସମ୍ପୂର୍ଣ କରି ଏକ ଗଡ଼ ସ୍ଥାପନ କରିଥିଲେ। ଏକଦା ମୁକୁନ୍ଦଦେବ ଓ ଘୁମୁସର ରାଜ୍ୟର ଭଞ୍ଜ ରାଜବଂଶ ସହ ଯୁଦ୍ଧ ହୋଇଥିଲା। ସେହି ଯୁଦ୍ଧରେ ମୁକୁନ୍ଦଦେବ ପରାସ୍ତ ହୋଇ ଭଞ୍ଜରାଜାଙ୍କ ସହ ସନ୍ଧି କରିଥିଲେ। ଭଞ୍ଜରାଜାଙ୍କୁ ମୁକୁନ୍ଦଦେବ ବଡଭାଇର ସମ୍ମାନ ଜଣାଇ ମୁକୁନ୍ଦଗଡ଼ ଅଞ୍ଚଳ ପ୍ରଦାନ କରିଥିଲେ। ଭଞ୍ଜ ରାଜା ଅରଣ୍ୟ ମଧ୍ୟରେ ଜୀଉମାନଙ୍କ ପୂଜାରେ ଅସୁବିଧା ହେବାଯୋଗୁଁ ବୁଗୁଡ଼ାରେ ଜୀଉମାନଙ୍କ ପାଇଁ ମନ୍ଦିର ସ୍ଥାପନ କରି ମୁକୁନ୍ଦଗଡ଼ ଗଡରୁ ବିଗ୍ରହମାନଙ୍କୁ ଆଣି ବୁଗୁଡ଼ାରେ ସ୍ଥାପନ କରିଥିଲେ। ମୁକୁନ୍ଦଦେବ ଭଞ୍ଜରାଜାଙ୍କୁ ବଡଭାଇର ମାନ୍ୟତା ଦେଇଥିବା ଯୋଗୁଁ ବଡଭାଇ ବଡ଼ ଠାକୁରଙ୍କ ନାମାନୁସାରେ ବୁଗୁଡା ଜଗନ୍ନାଥଙ୍କ ମନ୍ଦିର ଶ୍ରୀ ବଳଦେବ ଜୀଉ ମନ୍ଦିର ଭାବେ ପରିଚିତ ହୋଇଥିବା ଗବେଷକ ଡକ୍ଟର ବ୍ରଜକିଶୋର ପାଢ଼ୀ ପ୍ରକାଶ କରିଛନ�

LEAVE A REPLY

Please enter your comment!
Please enter your name here