ଘାସ କାଟିବାକୁ କେନ୍ଦ୍ର କରି ଗଣ୍ଡଗୋଳ, ଉଭୟ ପକ୍ଷରୁ ୮ ଆହତ

0
275

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ଥାନା ଅନ୍ତର୍ଗତ ଚିଲିଖମା ଗ୍ରାମରେ ଧାନ କ୍ଷେତ ହିଡରୁ ଘାସ କାଟିବାରୁ ଉଭୟ ପକ୍ଷରୁ ଗଣ୍ଡଗୋଳ ହୋଇ ୮ ଜଣ ଆହତ ହୋଇ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା ଜଣାପଡିଛି। ମଙ୍ଗଳବାର ଦିନ ଚିଲିଖମା ଗ୍ରାମର ରାମଚନ୍ଦ୍ର ନାୟକ ଚାଷ କରି ଥିବା ଜମିର ହିଡରେ ବୀର ଗୌଡ଼, ଜଗନ୍ନାଥ ଗୌଡ଼ ଓ ନିରଞ୍ଜନ ଗୌଡ଼ ଘାସ କାଟୁଥିଲେ। ଘାସ କାଟିବାକୁ ମନା କରିବା ସ୍ୱତେ ତିନିଜଣ ଘାସ କାଟିବା ଯୋଗୁଁ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ରାମଚନ୍ଦ୍ର ନାୟକଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ରାମଚନ୍ଦ୍ରଙ୍କ ପୁଅ ପିଣ୍ଟୁ ନାୟକଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଛି। କୁମାରୀ ନାୟକ, କାଶୀ ନାୟକ ଓ ରମେଶ ନାୟକ ମଧ୍ଯ ସାମାନ୍ୟ ଆହତ ହୋଇଛନ୍ତି। ରାମଚନ୍ଦ୍ରଙ୍କ ପରିବାରର ୫ ଜଣ ଆହତ ହୋଇଥିବା ବେଳେ ଗୌଡ଼ ପରିବାରର ୩ ଜଣ ବୀର, ଜଗନ୍ନାଥ ଓ ନିରଞ୍ଜନ ମଧ୍ୟ ଆହତ ହୋଇଛନ୍ତି। ଖବର ପାଇ ବୁଗୁଡା ପୋଲିସ ମେଡିକାଲକୁ ଆସି ଅନୁସନ୍ଧାନ କରି ଯାଇଥିଲେ ମଧ୍ୟ ଉଭୟ ପକ୍ଷରୁ ଥାନାରେ ଏତଲା ହୋଇନଥିବା ଯୋଗୁଁ କେଶ ପଞ୍ଜିକରଣ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here