ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ୬୩.୮୧ ପ୍ରତିଶତ ଭୋଟଦାତା ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି

0
236

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ନିର୍ବାଚନକୁ ସୁଚାରୁ ରୂପେ ସଂପାଦନ କରିବା ନିମିତ୍ତ ସମସ୍ତ ଅଧିକାରୀ ନିଜର ଦାୟୀତ୍ବ ସଠିକ୍ ରୂପେ ସଂପାଦନ କରିଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅବଗତ କରାଇଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଦିଗପହଣ୍ଡି ବ୍ଲକ୍ ଅଞ୍ଚଳର ୩୮୧ଗୋଟି ପୋଲିଂ ଷ୍ଟେସନର ୧୨୭୨୧୩ ଭୋଟରଙ୍କ ମଧ୍ୟରୁ ୬୪ ପ୍ରତିଶତ ଭୋଟଦାତା ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି । ଠିକ୍ ସେହିଭଳି ହିଞ୍ଜିଳି ବ୍ଲକ୍ ର ୩୦୭ ଗୋଟି ପୋଲିଂ ଷ୍ଟେସନ୍ ରେ ୯୮୨୨୪ ଭୋଟରଙ୍କ ମଧ୍ୟରୁ ୬୪ପ୍ରତିଶତ ଭୋଟର ଭୋଟ୍ ପ୍ରଦାନ କରିଛନ୍ତି । ପୋଲସରା ବ୍ଲକ୍ ର ୩୩୯ ପୋଲିଂ ଷ୍ଟେସନ ରେ ୧୧୩୩୦୮ଭୋଟରଙ୍କ ମଧ୍ୟରୁ ୬୭.୦୬ ପ୍ରତିଶତ ଭୋଟର ଭୋଟ୍ ପ୍ରଦାନ କରିଛନ୍ତି । କୁକୁଡାଖଣ୍ଡିର ୩୧୭ଗୋଟି ପୋଲିଂ ଷ୍ଟେସନ ରେ ୧୨୧୩୮୬ ଭୋଟର ମଧ୍ୟରୁ ୫୫ ପ୍ରତିଶତ ଭୋଟର ସେମାନଙ୍କ ଭୋଟ ପ୍ରଦାନ କରିଛନ୍ତି । ଠିକ୍ ସେହିଭଳି ଶେରଗଡ ବ୍ଲକ୍ ର ୩୦୧ ଗୋଟି ପୋଲିଂ ଷ୍ଟେସନ ରେ ୧୦୭୬୨୫ ଭୋଟର ମଧ୍ୟରୁ ୬୫.୨୦ ପ୍ରତିଶତ ଭୋଟର ସେମାନଙ୍କ ବହୁମୂଲ୍ୟ ଭୋଟ ପ୍ରଦାନ କରିଛନ୍ତି । ଏହିଭଳି ଜିଲ୍ଲାର ୫ ଗୋଟି ବ୍ଲକ୍ ରେ ସମୁଦାୟ ୫୬୭୭୫୬ ଭୋଟରଙ୍କ ମଧ୍ୟରୁ ୬୩.୮୧ ପ୍ରତିଶତ ଭୋଟ ସଂଗ୍ରହ ହୋଇଅଛି ।

LEAVE A REPLY

Please enter your comment!
Please enter your name here