ମୋହନା ବ୍ଳକରେ ଶାନ୍ତିପୂର୍ଣ୍ଣଭାବେ ଶେଷ ହେଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ

0
253

ମୋହନା: ରାଜ୍ୟର ବିଭିନ୍ନ ବ୍ଳକରେ ଆରମ୍ଭ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକରେ ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି। ଏହି ନିର୍ବାଚନରେ ସ୍ଥାନୀୟ ବ୍ଳକର ୩ଟି ଜିଲ୍ଲା ପରିଷଦ ଜୋନ ସମେତ ସରପଞ୍ଚ, ସମିତି ସଭ୍ୟ ଓ ୱ।ର୍ଡ ସଭ୍ୟ/ସଭ୍ୟା ପାଇଁ ମତଦାନ ପ୍ରକ୍ରିୟା ଶେଷ ହୋଇଛି । ବ୍ଳକରେ ମୋଟ ଭୋଟରଙ୍କ ସଂଖ୍ୟା ୮୫ ହଜାରରୁ ଉର୍ଦ୍ଧ୍ଵ ରହିଛନ୍ତି। ୩୯ଟି ଗ୍ରାମପଞ୍ଚାୟତର ୫୩୫ ମତଦାନ କେନ୍ଦ୍ରରେ ଭୋଟରମାନେ ମତଦାନ କରିଥିଲେ।ବ୍ଳକରେ ୬୫ ଶତ କଡା ମତଦାନ ହୋଇଥିବା ଏବଂ ଶାନ୍ତିପୂର୍ଣ୍ଣଭାବେ ସଫଳ ମତଦାନ ଓ ବ୍ଲକବାସୀଙ୍କର ଆକୁଣ୍ଠିତ ସହଯୋଗ ପାଇଁ ଜିଲ୍ଲା ପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଲିଙ୍ଗରାଜ ପଣ୍ଡା ଧନ୍ଯବାଦ ଜ୍ଞାପନ କରିଛନ୍ତି। ଅପରପକ୍ଷେ ମୋହନା ଗ୍ରାମପଞ୍ଚାୟତ ଅଧିନ ଧନୁପଙ୍କ ଗ୍ରାମରେ କୌଣସି ଭୋଟରଙ୍କ ନାମ ତାଲିକାରେ ନଥିବାରୁ ନାମାଙ୍କନ ଦାଖଲ ବେଳେ ଲୋକଙ୍କ ଦାବୀ ପ୍ରତି ପ୍ରଶାସନ ଦୃଷ୍ଟି ନଦେବା ଫଳରେ ତାହାରି ପ୍ରତିବାଦରେ ଗ୍ରାମରେ ରହିଥିବା ମତଦାନ କେନ୍ଦ୍ରକୁ ପଡୋଶି ଗ୍ରାମ ଗୁଣ୍ଡ୍ରିଗୁଡା ଓ ବାଢେଇପୁର ଭୋଟରଙ୍କୁ ମତଦାନ କେନ୍ଦ୍ରକୁ ଛାଡିନଥିଲେ। ଫଳରେ ୪ଘଣ୍ଟା ଧରି ମତଦାନ ବନ୍ଦ ରହିଥିଲା। ଖବର ପାଇ ମୋହନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଭୋଟର ମତଦାନ କରିଥିଲେ। ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ହେବା ସକାଶେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଏସଡିପିଓ ୪ଜଣ, ମୋହନା ଓ ଅଡବା ଥାନା ଅଧିକାରୀ, ବାଇକ ପେଟ୍ରୋଲିଙ୍ଗ ୧୦,ମୋବାଇଲ ପାର୍ଟୀ ୨୫,ପୁଲିସ ୬ଶହ ଓ ଫୋର୍ସ ନିୟୋଜିତ ଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଦୁରାନ୍ତର ଭୋଟବାକ୍ସ ପହଞ୍ଚି ନଥିଲା। ବହୁତ ମତଦାନ କେନ୍ଦ୍ରରେ ପାନୀୟ ଜଳ ଓ ବିଦ୍ୟୁତର ଅଭାବ ରହିଥିବା ପରିଲକ୍ଷିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here