୪୦ ନମ୍ବର ଜୋନ୍ ରେ ମଜବୁତ ସ୍ଥିତିରେ ବିଜେଡ଼ି

0
276

ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ ୪୦ ନମ୍ବର ଜିଲ୍ଲା ପରିଷଦ ଜୋନରେ ଛଅ ଜଣ ପାର୍ଥଙ୍କୁ ନେଇ ରାଜନୀତି ସରଗରମ ରହିଛି । ବ୍ଲକର ଗୋଚ୍ଛାବାଡି, ପାଣ୍ଡିରିପଡ଼ା, ମାଳ ତେନ୍ତୁଳିଆ, ନିମିନା, ମଧୁପଲ୍ଲୀ, ମଥୁରା, ବନ୍ଥପଲ୍ଲୀ, ଜା ଡେଙ୍ଗାପଦର, ଜକର ଓ ବୁଢେଇଶୁଣି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ ୪୦ ନମ୍ବର ଜୋନ ପୂର୍ବରୁ ବିଜୁ ଜନତା ଦଳ ଦଖଲରେ ରହିଆସିଛି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବହୁଜନ ସମାଜବାଦୀ ପାର୍ଟିର ଯଶୋଦା ଯାନି, କଂଗ୍ରେସର ରୋହିତ ମହାପାତ୍ର, ବିଜେପିର କୃଷ୍ଣ ଚରଣ ପଟ୍ଟନାୟକ, ଆମ୍ ଆଦମୀ ପାର୍ଟିର ରଞ୍ଜନ କୁମାର ସ୍ବାଇଁ ଓ ସ୍ଵାଧୀନ ପାର୍ଥି ସନ୍ତୋଷ କୁମାର ମଲ୍ଲିକ ସମସ୍ତ ଙ୍କୁ କଡ଼ା ଟକ୍କର ଦେଉଛନ୍ତି ବିଜୁ ଜନତା ଦଳର ବିକ୍ରମ କୁମାର ନାୟକ । ବିଜେପି ପାର୍ଥି ଗତ ନିର୍ବାଚନରେ ଏହି ଜୋନରୁ ପରାଜୟ କରିଥିବା ବେଳେ ଅନ୍ୟ ସମସ୍ତ ଦଳ ନୂଆଁ ମୁହଁ ଦେଇଛନ୍ତି । ୪୦ ନମ୍ବର ଜିଲ୍ଲା ପରିଷଦ ଜୋନର ପ୍ରାର୍ଥୀ ଶ୍ରୀ ନାୟକ ବିଜୁ ଜନତା ଦଳର ଜଣେ ପୁରୁଣା ନେତା । ବିଜୁ ଜନତା ଦଳର ବିଭିନ୍ନ ଦଳୀୟ ସଙ୍ଗଠନ ଓ କାର୍ଯ୍ୟକ୍ରମ ଗୁଡିକରେ ବିକ୍ରମ କୁମାର ନାୟକ ଜଡ଼ିତ ଥିବାରୁ ସେ ଭୋଟରଙ୍କ ପ୍ରଥମ ପସନ୍ଦରେ ରହିଛନ୍ତି । ଅନ୍ୟ ପକ୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ଲୋକାଭିମୁଖୀ ପଦକ୍ଷେପ, ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଜନସମ୍ପର୍କ ଓ ବିକାଶ ଧାରା ଏବଂ ଶ୍ରୀ ନାୟକଙ୍କ ଭାବମୂର୍ତ୍ତୀ ଓ ସାଙ୍ଗଠନିକ ଦକ୍ଷତା ଆଧାରରେ ବିଜୁ ଜନତା ଦଳର ସ୍ଥିତି ମଜବୁତ୍ ଥିବା ଶୁଣାଯାଉଛି ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here