ଗଜପତିରେ ୧୦ମ ଶ୍ରେଣୀ ରେ ୮୨୮୧ ପରୀକ୍ଷାର୍ଥୀ ପରୀକ୍ଷା ଦେଲେ।

0
259

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ୧୦ମ ଶ୍ରେଣିର ଏସ୍‌ଏ-୧ ପରୀକ୍ଷା ଆଜି ଆରମ୍ଭ ହୋଇଛି । ଏହି ପରୀକ୍ଷା ୪ଦିନ ଧରି ଚାଲୁ ରହିବ । ଗଜପତି ଜିଲ୍ଲାରେ ସର୍ବମୋଟ ୩୫ଗୋଟି ପରୀକ୍ଷା କେନ୍ଦ୍ର ରହିଛି ସେହି କେନ୍ଦ୍ର ମାନଙ୍କ ରେ ୧୦ମ ଶ୍ରେଣିର ଏସ୍‌ଏ-୧ ପରୀକ୍ଷାରେ ଜିଲ୍ଲାରୁସର୍ଵ ମୋଟ ୮୨୮୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଏହି ପରିକ୍ଷା ପରିଚାଳନା ପାଇଁ ୪ଗୋଟି ନୋଡାଲ ସେଣ୍ଟର ଖୋଲାଯାଇଛି । ପାରଳାଖେମୁଣ୍ଡି ମହାରାଜା ବାଳକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ବୃଷକେତୁ ଦାସ କହିଛନ୍ତି, ଆଜି ସକାଳ ୧୦ଘଣ୍ଟା ଠାରୁ ଏହି ପରିକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧.୦୦ଘଣ୍ଟା ପର୍ଯ୍ୟନ୍ତ ଦୁଇଟି ସିଟିଂରେ ଚାଲୁ ରହିଛି । ମହାରାଜା ବାଳକ ବିଦ୍ୟାଳୟ ର କେନ୍ଦ୍ରରେ ପାରଳାଖେମୁଣ୍ଡି ମହାରାଜା ବାଳିକା ବିଦ୍ୟାଳୟର ୨୦୦ଜଣ ଛାତ୍ରୀ ପରୀକ୍ଷା ଦେଇଛନ୍ତି । ଅତ୍ୟନ୍ତ ଶାନ୍ତି ଶୃଙ୍ଖଳା ସହିତ ପରୀକ୍ଷା ରେ ପରିକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ପାରଳାଖେମୁଣ୍ଡି ସହର ରେ ମହାରାଜା ବାଳକ ବିଦ୍ୟାଳୟ ସହିତ ୪ଗୋଟି ପରୀକ୍ଷା କେନ୍ଦ୍ର ରଖାଯାଇଛି ସେଥିମଧ୍ୟରୁ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,ମହାରାଜା ଉଚ୍ଚ ବାଳିକା ବିଦ୍ୟାଳୟ ଏବଂ ମହେନ୍ଦ୍ରଗିରି ପୈର ଉଚ୍ଚ ବିଦ୍ୟାଳୟ ରେ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଏହି ଅବସରରେ ଗଜପତି ଜିଲ୍ଲା ଶିକ୍ଷାଧିକାରୀ ପ୍ରଦ୍ୟୁଷ କୁମାର ନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇ ଗଜପତି ଜିଲ୍ଲାର ୩୫ ଗୋଟି ପରୀକ୍ଷା କେନ୍ଦ୍ରରେ କରିକ୍ଷାର୍ଥୀଙ୍କ ପରିକ୍ଷା ସୁଚାରୁରୂପେ ସମ୍ପାଦନା କରାଯାଇଥିବା ସୁଚନା ମିଳିଛି ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here