ପ୍ରିଜାଇଡିଙ୍ଗ ଓ ଫାଷ୍ଟ ପୋଲିଙ୍ଗ ଅଫିସର ମାନଙ୍କୁ ତାଲିମ୍ ପ୍ରଦାନ

0
237

ବ୍ରହ୍ମପୁର :ଆସନ୍ତା ପଞ୍ଚାୟତ ସାଧାରଣ ନିର୍ବାଚନ -2022 ନିମନ୍ତେ ଆଜି ଆଇ.ଟି.ଆଇ, ସ୍କୁଲ ଓ ଉମା ଚରଣ ଇଞ୍ଜିନେରିଙ୍ଗ ସ୍କୁଲ ବ୍ରହ୍ମପୁର ଠାରେ ଜିଲ୍ଲା ସ୍ତରୀୟ ତଥା ଛତ୍ରପୁର,ଭଞ୍ଜନଗର ଓ ବ୍ରହ୍ମପୁର ଉପଖଣ୍ଡର ସମସ୍ତ ପ୍ରିଜାଇଡିଙ୍ଗ ଓ ଫାଷ୍ଟ ପୋଲିଙ୍ଗ ଅଫିସର ମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଛି । ଜିଲ୍ଲାର ସମସ୍ତ ପ୍ରିଜାଇଡିଙ୍ଗ ଓ ଫାଷ୍ଟ ପୋଲିଙ୍ଗ ଅଫିସର ମାନଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଅତିରିକ୍ତ ତହସିଲଦାର, ଏବଂ ପଞ୍ଚାୟତର ଏସ୍.ଡି.ପି.ଓ ଗଣ ତାଲିମ୍ ଦେଇଥିଲେ ।
ଭଞ୍ଜନଗର ଓ ଛତ୍ରପୁର ଉପ-ଜିଲ୍ଲାପାଳ ସମସ୍ତ ପୋଲିଂ ଅଫିସର ମାନଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ଗ୍ରାମ ପଞ୍ଚାୟତର ନିୟମ ଓ ପ୍ରିଜାଇଡିଂ ଅଫିସର ହ୍ୟାଣ୍ଡବୁକ୍ ଅନୁସାରେ ନିର୍ବାଚନ କାର୍ଯ୍ୟକୁ ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ସମସ୍ତ ତାଲିମ୍ କାର୍ଯ୍ୟକ୍ରମ ଓ ପୋଲିଂ କାର୍ଯ୍ୟକ୍ରମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସମସ୍ତ ପୋଲିଂ ଅଫିସର ମାନଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ ବିଷୟରେ ବିଷଦ୍ ଭାବରେ ତାଲିମ୍ ଦିଆଯାଇଛି l ଆଜି ଆଇ.ଟି.ଆଇ, ସ୍କୁଲ ଓ ଉମା ଚରଣ ଇଞ୍ଜିନେରିଙ୍ଗ ସ୍କୁଲରେ ପ୍ରିଜାଇଡିଙ୍ଗ ଓ ଫାଷ୍ଟ ପୋଲିଙ୍ଗ ଅଫିସର ମୋଟ 1186 ଜଣଙ୍କୁ ତାଲିମ୍ ଦିଆଯାଇଛି l ଆଇ.ଟି.ଆଇ, ସ୍କୁଲର ନୋଡାଲ ଅଫିସର ଭାବେ ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଥିବା ବେଳେ ଉମା ଚରଣ ଇଞ୍ଜିନେରିଙ୍ଗ ସ୍କୁଲର ନୋଡାଲ ଅଫିସର ଛତ୍ରପୁର ଉପ-ଜିଲ୍ଲାପାଳ ନୀଳମାଧବ ଭୋଇ ପ୍ରମୁଖ ରହିଥିଲେ l

ଏହି ତାଲିମ୍ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭି. କୀର୍ତ୍ତୀ ଭାସନ ଓ ସମସ୍ତ ନୋଡାଲ୍ ଅଫିସରଙ୍କ ସମେତ ସମସ୍ତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଜିଲ୍ଲା ପଞ୍ଚାୟତ ଅଧିକାରୀ ଗୁରୁଭା ସିଂ, ଛତ୍ରପୁର, ଭଞ୍ଜନଗର ଓ ବ୍ରହ୍ମପୁର ଉପଖଣ୍ଡ ପଞ୍ଚାୟତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here