ବ୍ରଜନଗର ଠାରେ ଆଇପିଆରଇଏମଏସ ପକ୍ଷରୁ ଲତାମଙ୍ଗେସ୍କରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

0
227

ବ୍ରହ୍ମପୁର: ସହର ତଳି ଅଞ୍ଚଳ ବ୍ରଜନଗର ଠାରେ ଇନଷ୍ଟିଚ୍ୟୁଟ ଫର ପଲିସି ରିସର୍ଚ୍ଚ ଇନ ଇକୋନୋମିକ ମ୍ୟାନେଜମେଣ୍ଟ ଏଣ୍ଡ ସୋସିଆଲ ଡେଭଲପମେଣ୍ଟ ତରଫରୁ ଭାରତ ରତ୍ନ ତଥା ସୁର୍ ସାମଙ୍ଗ୍ରୀ ଲତା ମଙ୍ଗେସ୍କରଙ୍କ ବିୟୋଗରେ ଏକ ଶ୍ରଦ୍ଧା ସୁମନ୍ ସଭା ଅନୁଷ୍ଠିତ ହୋଇଯାଇଅଛି। ଅଧ୍ୟାପକ ଡକ୍ଟର ପ୍ରବୀଣ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶ୍ରଦ୍ଧାଞ୍ଜଳୀ ସଭାରେ ବକ୍ତାମାନେ ଲତାଜୀଙ୍କ ସ୍ମୃତି ଚାରଣ ସହ ତାଙ୍କର ଅମର ଆତ୍ମାର ସଦ୍ ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ସହ କ୍ୟାଣ୍ଡଲ ଜାଳି ନିଜର ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଡକ୍ଟର ପ୍ରବୀଣ ପାଢୀଙ୍କ ସମେତ ଶ୍ରିମନ୍ତ ପାଣିଗ୍ରାହୀ, ପ୍ରମିତ ପ୍ରୀୟାଂଶୁ ପାଢ଼ୀ, ଅନୁପ ପଣ୍ଡା, ବୀଣା ପାଣି ପଣ୍ଡା, ଶ୍ରୀକାନ୍ତ ଟଅଫୋ, ସାଇ ଶିବ ପଣ୍ଡା, ଅନିତା ଟଅଫୋ, ସ୍ଵୟନପ୍ରଭା ପାଣିଗ୍ରାହୀ ଏବଂ ଟି. ଏନ୍. . ଆଚାରୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହି ଅବସରରେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ଯୋଗ ଦେଇ ନିଜର ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ଲଟାଜୀଙ୍କ ସଙ୍ଗୀତ ପ୍ରତି ନିଷ୍ଠା, ସାଧନା ଓ ସମର୍ପଣ ଭାବ ଆଜିର ଯୁବ ପିଢ଼ି ଓ ସଙ୍ଗୀତ କଳାରେ ରୁଚି ରଖୁଥିବା ପ୍ରେରଣା ଯୁଗେ ଯୁଗେ ଯୋଗାଉଥିବ । କୌଣସି ସଫଳତା ସହଜରେ ଏବଂ ବିନା ସାଧନାରେ ଅତି ଶୀଘ୍ର ମିଳେ ନାହିଁ ଏହା ହିଁ ତାଙ୍କ ଜୀବନର ନିଦର୍ଶନ ଯାହା ଆମକୁ ଶିକ୍ଷା ଦିଏ।

LEAVE A REPLY

Please enter your comment!
Please enter your name here