ବଡକୋଦଣ୍ଡା ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ

0
360

ଭଞ୍ଜନଗର : ଭଞ୍ଜନଗର ବ୍ଳକ ବଡକୋଦଣ୍ଡା ଗ୍ରାମରେ ଥିବା ସରସ୍ବତୀ ଶିଶୁ ମନ୍ଦିରର ପଞ୍ଚଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ା ଜେ. କ୍ରିଷ୍ଣା ମୋହନ ପୃଷ୍ଟି ପୌରାହିତ୍ୟରେ ଅନୁଷ୍ଠିତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ସି.ଟି ଟ୍ରେନିଂ ସ୍କୁଲର ପୂର୍ବତନ ବରିଷ୍ଠ ପ୍ରଶିକ୍ଷକ ସୂର୍ଯ୍ୟ ନାରାୟଣ ପାତ୍ର ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ରୂପେ ଏ.ବି.ଇ.ଓ ନେତାଜୀ ବିଷୋୟୀ, ମୁଖ୍ୟ ବକ୍ତା ରୂପେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଭଞ୍ଜନଗର ଖଣ୍ଡ କାର୍ଯ୍ୟନିର୍ବାହୀ ପ୍ରଦୀପ କୁମାର ଆଚାର୍ଯ୍ୟ ଯୋଗ ଦେଇ ଛାତ୍ର ଛାତ୍ରୀ ତଥା ଉପସ୍ଥିତ ଅଭିଭାବକ ଙ୍କୁ ଉଦବୋଧନ ଦେଇଥିଲେ ା ଅନୁଷ୍ଠାନର କୋଷାଧ୍ୟକ୍ଷ ଜେ. ମନୋଜ ପୃଷ୍ଟି, ବ୍ୟବସ୍ଥାପକ କେଦାରନାଥ ନାୟକ ପ୍ରମୁଖ ମଞ୍ଚାସୀନ ରହି ଶିଶୁ ମନ୍ଦିରର କାର୍ଯ୍ୟ ଧାରା ସମ୍ବନ୍ଧରେ ବକ୍ତବ୍ୟ ରଖିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଅରୁଣ କୁମାର ଗୌଡ ବାର୍ଷିକ ବିବରଣୀ ପଠନ କରିଥିଲେ ା ସମସ୍ତ ଗୁରୁଜୀ ଗୁରୁମା ଙ୍କ ସମେତ ଗ୍ରାମର କିଶୋର କୁମାର ବେହେରା, ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନ ତଥା ଗ୍ରାମବାସୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ା ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତା ଓ ବାର୍ଷିକ କ୍ରୀଡାର କୃତୀ ଛାତ୍ର ଛାତ୍ରୀଙ୍କୁ ଅନୁଷ୍ଠାନ ତରଫରୁ ପୁରସ୍କୃତ କରାଯାଇଥିଲା ା ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ଦେଶାତ୍ମବୋଧକ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here