ଖବର ପ୍ରସାରଣ ପରେ କୋଦଳା ପୂର୍ତ୍ତବିଭାଗ ରାସ୍ତା କଡରେ ଶୁଖିଲା ଗଛକୁ କଟିଲା ପ୍ରଶାସନ

0
255

ବେଗୁନିଆପଡା :ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ନିକଟସ୍ଥ ଖଲ୍ଲିକୋଟ-ଆସ୍କା ମୁଖ୍ୟ ରାସ୍ତା ଗ୍ଯାସ ଡିପୋ ନିକଟରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶୁଖିଲା ଗଛକୁ କଟିଲା ପ୍ରଶାସନ । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଗଛ କଟାଯାଇଛି । ଯାତାୟତ ରାସ୍ତା ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଗଛଟି ଥିବା କଥା ଗତ କାଲି ଖବର ପ୍ରକାଶ ପାଇଥିଲା । ଆଉ ଆଜି କୋଦଳା ତହସିଲଦାରଙ୍କ ଉପସ୍ଥିତରେ ଗଛ କଟାଯାଇଛି । ଏହି ରାସ୍ତା ଦେଇ ଦୈନଦିନ ହଜାର ହଜାର ଲୋକ ଯାତାୟତ କରୁଛନ୍ତି । ପବନ ହେଲେ ନିଶ୍ଚିତ ଦୁର୍ଘଟଣା ଘଟିବାର ଆଶଙ୍କା ରହିଥିବା କଥା ଗତକାଲି ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା ।

LEAVE A REPLY

Please enter your comment!
Please enter your name here