ସୁସ୍ଥ ହେଲା ଆହତ ଅଜଗର, ସଂରକ୍ଷିତ ଜଙ୍ଗଳରେ ଛାଡିଲା ବନବିଭାଗ

0
202

ବ୍ରହ୍ମପୁର:ବ୍ରହ୍ମପୁର ବନାଞ୍ଚଳ ଅଧିନସ୍ଥ ଆର ସୁମାଣ୍ଡି ଗ୍ରାମରୁ ଉଦ୍ଧାର ହୋଇଥିବା ଆହତ ଅଜଗର ସାପଟି ସୁସ୍ଥ ହେବା ପରେ ସଂରକ୍ଷିତ ଜଙ୍ଗଳରେ ଛାଡିଛି ବନ ବିଭାଗ । ସୂଚନା ମୁତାବକ ଗତ ଅକ୍ଟୋବର ମାସ ୧୧ ତାରିଖରେ ଓଡିଶା ଆନ୍ଧ୍ର ସିମାନ୍ତ ଆର ସୁମାଣ୍ଡି ଗ୍ରାମ ବସ ଷ୍ଟାଣ୍ଟ ନିକଟରୁ ଏକ ଆହତ ଅଜଗରକୁ ଉଦ୍ଧାର କରିଥିଲା ବନ ବିଭାଗ ଓ ସ୍ନେକ ହେଲ୍ପ ଲାଇନ । ଏହାପରେ ଉକ୍ତ ଅଜଗର ସାପଟିକୁ ବ୍ରହ୍ମପୁର ପ୍ରାଣି ଚିକିତ୍ସ୍ୟକଙ୍କ ସାହଯ୍ୟରେ ଚିକିତ୍ସା ଜାରି ରହିଥିଲା । ଦୀର୍ଘ ଦୁଇ ମାସ ଧରି ଚିକିତ୍ସା କରିବାପରେ ଅଜଗର ସାପଟି ସୁସ୍ଥ ହୋଇଥିଲା । ଉଦ୍ଧାର ବେଳେ ସାପଟିର ମୁଣ୍ଡରେ ଗଭିର ଆଘାତ ଲାଗିଥିଲା ଯାହାକୁ ନେଇ ପ୍ରଥମେ ତାହାର ଅସ୍ତ୍ରୋପ୍ରଚାର ହୋଇଥିଲା । ଏବଂ ୧୫ ଦିନ ଧରି ତାକୁ କେବଳ ମେଡିସିନ ଦିଆ ଯାଉଥିଲା । ଏହାପରେ ତାକୁ ଧିରେ ଧିରେ ଖାଦ୍ୟ ଭାବରେ ଚିକେନ ଦିଆଯାଇଥିଲା । ଏହା ସହିତ ବନ ବିଭାଗ, ପ୍ରାଣୀ ଚିକିତ୍ସ୍ୟକ ଓ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କ ଏକ ଟିମ ସାପଟି ଉପରେ ତିକ୍ଷ୍ନ ନଜର ରଖିଥିଲେ । ପ୍ରତିଟି ସମୟରେ ତାହାର ସ୍ୱାସ୍ଥ୍ୟ ଯାଞ୍ଚ ହେଉଥିଲା ଏବଂ ଆବଶ୍ୟକ ଅନୁଯାୟୀ ମେଡିସିନ ମଧ୍ୟ ପ୍ରଦାନ କରାଯାଉଥିଲା । ଏହାପରେ ଅଜଗର ସାପଟି ଧିରେ ଧିରେ ସୁସ୍ଥ ହେବାକୁ ଲାଗିଥିଲା ଏବଂ ପୂର୍ବ ଭଳି ସମସ୍ତ କାର୍ଯ୍ୟ ନିଜେ ସମ୍ପାଦନ କରିଥିଲା । ଏହାପରେ ଗତ କାଲି ଦୁଇ ମାସର ସଫଳ ଚିକିତ୍ସା ପରେ ଉକ୍ତ ସାପଟିକୁ ବନ ବିଭାଗ ପକ୍ଷରୁ ସ୍ଥାନୀୟ ସଂରକ୍ଷିତ ଜଙ୍ଗଳରେ ଛଡା ଯାଇଛି ।

LEAVE A REPLY

Please enter your comment!
Please enter your name here