ବେଗୁନିଆପଡ଼ା ବ୍ଲକରେ ଜୁଲାଇରେ ୨୩୮ ମିମି ବର୍ଷା, ୩୫୦୦ ହେକ୍ଟର ଜମିରେ ଧାନ ରୁଆ ଓ ବୁଣା ସରିଛି l ୩ଟି ଯୋଜନାରେ ୨୫୦ ହେକ୍ଟର ପାଇଁ ଧାଡ଼ି ରୁଆ,୩ଲକ୍ଷ ୩୧ହଜାର କ୍ୱିଣ୍ଟାଲ ଧାନ ଅମଳ ଲକ୍ଷ୍ୟ l

0
662

ବେଗୁନିଆପଡ଼ା,୦୧/୦୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ)-: ଚଳିତବର୍ଷ ବର୍ଷା ଦିନ ଚାଲିଥିବା ବେଳେ ଚାଷୀ ଧାନ ଚାଷ କାମରେ ମନ ଦେଇ ଅଧିକ ଅମଳ ପାଇଁ ଆଶା ରଖିଛି l ଗତ ଜୁନମାସ ଶେଷ ସୁଦ୍ଧା ୧୫୮.୮୦ ମିମି ବର୍ଷା ହୋଇଥିବା ବେଳେ ଜୁଲାଇ ଶେଷ ସୁଦ୍ଧା ୨୩୮.୨୦ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି l ସମଗ୍ର ବେଗୁନିଆପଡ଼ା ବ୍ଳକର ୨୩ଟି ପଞ୍ଚାୟତ ଓ କୋଦଳା ଏନ୍ ଏ ସିରେ ମୋଟ ୧୦୭୫୫ ହେକ୍ଟର ଜମିରେ ଧାନ ଚାଷ ହେବାକୁ ଥିବା ବେଳେ ଆଜି ସୁଦ୍ଧା ମାତ୍ର ୩୫୦୦ ହେକ୍ଟର ଧାନ ଜମିରେ ବୁଣା ଓ ରୁଆ କାମ ସରିଛି l ଆଉ ୭୨୫୫ ହେକ୍ଟର ଜମିରେ ଚାଷ କାମ ହେବାକୁ ବାକି ରହିଛି l ଧାନ ଫସଲକୁ ଛାଡି ୭୨୯୫ହେକ୍ଟର ଜମିରେ ଅଣଧାନ ଫସଲ ହେବାକୁ ଥିବା ବେଳେ ବର୍ତ୍ତମାନ୍ ୩୭୨୮ହେକ୍ଟର ଜମିରେ ଅଣଧାନ ଫସଲ ଚାଷ ସରିଛି l ବ୍ଲକର ମୋଟ ୧୮୦୫୦ହେକ୍ଟର ଜମିରୁ ୧୩୩୨୪ ହେକ୍ଟର ଜମି ଜଳସେଚିତ ହୋଇଥିବା ବେଳେ ୪୭୨୬ହେକ୍ଟର ଜମି ଅଣ ଜଳସେଚିତ ଅଟେ l ଏହି ଜଳସେଚିତ ଜମି ଗୁଡିକ ମଧ୍ୟରୁ ଶାଳିଆ କେନାଲ ଦ୍ଵାରା ୨୦୦୦ହେକ୍ଟର ଜମି ଜଳସେଚିତ ହେଉଥିବା ବେଳେ ଆଉ ୧୧୩୨୪ହେକ୍ଟର ଜମି ନଦୀ ଜଳ ଓ ଉଠା ଜଳସେଚନ ଉପରେ ନିର୍ଭର କରିଥାଏ l ଏହା ସହିତ ବର୍ଷା ଦିନେ ଏ ସବୁ ଜଳସେଚିତ ଜମି ସହିତ ୪୭୨୬ ହେକ୍ଟର ଜମି ବର୍ଷା ଧାରା ଉପରେ ନିର୍ଭର କରିଥାଏ l ଏ ବର୍ଷ ବିଳମ୍ବରେ ବର୍ଷା ହୋଇଥିବା ଯୋଗୁଁ ପାଗରେ ସାମାନ୍ୟ ପରିବର୍ତ୍ତନ ଘଟିଥିଲେ ମଧ୍ୟ ଚାଷୀ ଏବେ ଜୋରଦାର ଚାଷ କାମରେ ବ୍ୟସ୍ତ ରହୁଛନ୍ତି l ଚଳିତ ବର୍ଷ ସରକାରୀ ଓ ବେସରକାରୀ ସ୍ତରରେ ୩୦୦୬ କ୍ୱିଣ୍ଟlଲ୍ ଧାନ ବିହନ ବିକ୍ରି କରାଯାଇଥିବା ବେଳେ ଚାଷୀଙ୍କୁ ସ୍ଵର୍ଣ୍ଣ ସବ – ୧,ଏମ୍ ଟି ୟୁ- ୭୦୨୯, ଏମ୍ ଟି ୟୁ -୧୦୭୪, ୧୦୭୫, ଆର୍ ଜୀ ଏଲ୍ -୨୫୩୭, ବି ପି ଟି -୩୨୯୧, ବୀଣା -୧୧,ପୂଜା ଆଦି ବଳିଷ୍ଠ କିସମର ଧାନ ଦିଆ ଯାଇଛି l ବ୍ଲକରେ ପୂର୍ବ ଭାରତର ସବୁଜ ବଳୟ ଯୋଜନା ରେ ୧୦୦ ହେକ୍ଟର ଧାନ ଜମିରେ ଧାଡ଼ିରୁଆ ପଦ୍ଧତିରେ କୃଷି ବିଭାଗ ପକ୍ଷରୁ ଧାନ ଚାଷ କରିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ରାଜ୍ୟ ଯୋଜନା ରେ ୧୦୦ ହେକ୍ଟର ଓ ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନାରେ ୫୦ ହେକ୍ଟରକୁ ମିଶାଇ ମୋଟ ୨୫୦ ହେକ୍ଟର ଜମିରେ ଧାଡ଼ିରୁଆ ପଦ୍ଧତିରେ ଧାନ ଚାଷ କରିବା ପାଇଁ ଯୋଜନା ରହିଛି ବୋଲି ଅତିରିକ୍ତ କୃଷି ଅଧିକାରୀ ଶୁଭଶ୍ରୀ ଜେନା ପ୍ରକାଶ କରିଛନ୍ତି l ଗତ ବର୍ଷ ଧାନ ଅମଳ ଲକ୍ଷ୍ୟ ହେକ୍ଟର ପ୍ରତି ୩୨ କୁଇଣ୍ଟାଲ ଥିବା ବେଳେ ଚଳିତ ବର୍ଷ ମୋଟ ଜମିରୁ ପାଖାପାଖି ୩,୩୧,୫୦୦ କୁଇଣ୍ଟାଲ ଧାନ ଅମଳ ରଖାଯାଇଛି ବୋଲି ବେଗୁନିଆପଡ଼ା କୃଷି ବିଭାଗ ତରଫରୁ ସୂଚନା ମିଳିଛି l ଜୁନ ଓ ଜୁଲାଇ ମାସରେ ବର୍ଷାର ତାରତମ୍ୟ ଯୋଗୁଁ ଓ ବିଳମ୍ବ ହେଉଥିବାରୁ ଚାଷ ରେ ସାମାନ୍ୟ ବିଳମ୍ବ ଦେଖାଦେଇଥିବା ବେଳେ ବର୍ତ୍ତମାନ୍ ଲଘୁଚାପ ଜନିତ ବର୍ଷା ଚାଷ ପାଇଁ ପାଗ ବାନ୍ଧିଛି l ପାଗ ଯଦି ଅନୁକୂଳ ରହେ ତେବେ ଧାନ ଅମଳ ଲକ୍ଷ୍ୟ ଗତ ବର୍ଷ ଠାରୁ ଅଧିକ ହେବାର ଆଶା ବିଭାଗ ରଖିଛି l ସେପଟେ ଶାଳିଆ କେନାଲରେ ଯେଉଁ ପାଣି ଶାଳିଆ ଡ୍ୟାମ୍ ରୁ ଆସୁଛି ତାହା ବାଟରେ ଅଯଥାରେ ଅପବ୍ୟୟ ହେଉଥିବା ଯୋଗୁଁ ତଳ ମୁଣ୍ଡରେ ଥିବା ଏସ୍ . ଛଛିନା ଓ କେ ବରିଡ଼ା ଚାଷୀ ଠିକରେ ପାଣି ପାଉନଥିବା ଅଭିଯୋଗ ହେଉଛି l ଶାଳିଆ କେନାଲ ର ପରିଷ୍କାର ଓ ପୁନରୁଦ୍ଧାର ପାଇଁ ଅଜସ୍ର ଅର୍ଥ ଆସୁଥିବା ବେଳେ ତାହା ବାଟମାରଣା ହେବା ଯୋଗୁଁ ଶାଳିଆ କେନାଲର ରକ୍ଷଣାବେକ୍ଷଣ ତ ଦୂରର କଥା ବରଂ ସଫା ହୋଇପାରୁନାହିଁ l ଏହା ସହିତ କlଡ଼ା ବିଭାଗ ପକ୍ଷରୁ ନିର୍ମିତ ଛୋଟ ଶାଖା କେନାଲ ମଧ୍ୟ ମଇଳା ଜମି ବନ୍ଦ ହୋଇଥିବା ଯୋଗୁଁ ଜମିକୁ ପାଣି ଯୋଗାଣ ଠିକ୍ ଭବରେ ହୋଇପାରୁନଥିବା ଅଭିଯୋଗ ହେଉଛି l କୃଷି ବିଭାଗ ପକ୍ଷରୁ ଚାଷିଙ୍କୁ ଅଧିକ ପ୍ରୋସାହନ ଯୋଗାଇ ଚାଷ ପାଇଁ ଉତ୍ତମ୍ ତଥ୍ୟ ଦେବା ଆବଶ୍ୟକ ହୋଇଛି ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here