୪୦ ରୁ ଉର୍ଦ୍ଧ୍ବ ପରିବାର ବିଜେଡ଼ିରେ ଯୋଗଦାନ

0
226

ପୋଲସରା : ଗଂଜାମ ଜିଲ୍ଲା ପୋଲସରା ବ୍ଳକ ହାତୀଓଟ ସ୍ଥିତ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବାସଭବନ ପରିସରରେ ଶୁକ୍ରବାର ଦିନ ବିଜେଡ଼ି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଢୁଙ୍କାପଡା ଗ୍ରାମର ବିଜେଡି ଯୁବ ସଙ୍ଗଠକ ସିଲୁ ଦଳାଇଙ୍କ ନେତୃତ୍ୱରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତରେ ଢୁଙ୍କାପଡା ହରିଜନ ସାହିର ୪୦ ରୁ ଉର୍ଦ୍ଧ୍ବ ପରିବାର ଜାତୀୟ ଦଳ ବିଜେପି ତ୍ୟାଗକରି ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ। ହରିଜନ ସାହିର ଅଭିମନ୍ୟୁ ନାହାକ, ସନିଆ ନାହାକ,ବିଶୁ ନାହାକ, ଦିବାକର ନାହାକ, ମାଲ ନାହାକ ସମେତ ୪୦ ରୁ ଉର୍ଦ୍ଧ୍ବ ପରିବାର ନବୀନ ବାବୁଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଓ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିକାଶ ଧାରାରେ ଆକୃଷ୍ଟ ହୋଇ ବିଜେଡିରେ ଯୋଗଦାନ କରିଥିବା ପ୍ରକାଶ କରିଥିଲେ। ବିଜେଡିରେ ଯୋଗଦାନ କରିଥିବା କର୍ମି ମାନଙ୍କୁ ଉପଢୌକନ ପ୍ରଦାନ କରି ବିଧାୟକ ଶ୍ରୀ ସାହୁ ସ୍ୱାଗତ କରିଥିଲେ। ବିଜେଡ଼ିର ଏହି ମିଶ୍ରଣ ପର୍ବରେ ଢୁଙ୍କାପଡା ଗ୍ରାମର ସିଲୁ ଦଳାଇ,ରତ୍ନାକର ବାଡ଼ତ୍ୟା, କୁନା ପ୍ରଧାନ, ବାବୁଲା ପଲେଇ, ହରିରାମ ଖଟେଇ ସମେତ ଗ୍ରାମର ବିଜେଡି କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here