ଗଞ୍ଜାମ ଜିଲ୍ଲାର ସମସ୍ତ ଅଞ୍ଚଳରେ ଓଡ଼ିଶା ଦିବସ ଟିକୁ ପାଳନ କରିବା ନିମନ୍ତେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ

0
265

ଛତ୍ରପୁର :ଗଞ୍ଜାମ ଜିଲ୍ଲାର ସମସ୍ତ ବିଦ୍ୟାଳୟ , ମହାବିଦ୍ୟାଳୟ, ସରକାରୀ ଓ ବେସରକାରୀ ଅନଷ୍ଠାନ ଗୁଡିକରେ ଓଡିଶା ଦିବସଟିକୁ ପାଳନ କରିବା ନିମନ୍ତେ ଜିଲ୍ଲାପାଳ ବିଜୟ ଅମ୍ବୃତା କୁଲଙ୍ଗେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ବୁଧବାର ଜୁମ୍ ଆଭାସି ବୈଠକରେ ଜିଲ୍ଲାପାଳ ଏହି ନିର୍ଦ୍ଦେଶଦେଇ ଜାଣଇଛନ୍ତି ଯେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛୁଟି ନ କରି ଓଡ଼ିଶା ଦିବସଟିକୁ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପୂର୍ବକ ଓଡ଼ିଶା ଦିବସ ପାଳନର ଆବଶ୍ୟକତା ସମ୍ପର୍କରେ ସଚତନତା ସୃଷ୍ଟି କରିବାକୁ କହିଥିଲେ।ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରବି ନାରାୟଣ ବେହେରା ଚଳିତ ବର୍ଷ ର ଓଡିଶା ଦିବସଟିକୁ କିଭଳି ଭାବରେ ପାଳନ କରିବେ ତାହା ବୈଠକରେ ରାଜ୍ୟ ସରକାରଙ୍କ କଣ ସବୁ ନିର୍ଦ୍ଦେଶ ରହିଛି ତାହା ଜଣାଇଥିଲେ।ଚଳିତ ବର୍ଷ ଜିଲ୍ଳାର ସମସ୍ତ ଅଞ୍ଚଳ ମାନଙ୍କରେ ରହିଥିବା ଓଡିଶାର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ ସ୍ମୃତି ଚାରଣ କରିବାକୁ କୁହାଯାଇଛି । ସମସ୍ତ ଅଞ୍ଚଳ ମାନଙ୍କରେ ଓଡିଶା ସଂଗୀତ “ବନ୍ଦେ ଉତ୍କଳଜନନୀ ” ସଂଧ୍ୟା ଠିକ୍ ୬ ଘଟିକା ସମୟରେ ଗାନ କରିବାକୁ କୁହା ଯାଇଛି । ଓଡ଼ିଶାର ସମସ୍ତ ଜିଲ୍ଲା ଓ ସଦର ମହକୁମାରେ ଏକା ସହିତ ସଂଧ୍ୟା ଠିକ୍ ସମୟରେ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ କରିବାକୁ ରାଜ୍ୟ ସରକାଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଇଛି। ସମସ୍ତ ସରକାରୀ ଓ ବେସରକାରୀ କୋଠା ମାନଙ୍କରେ ରଙ୍ଗବେରଙ୍ଗର ଆଲୋକରେ ଆଲୋକି କରଣ କରିବାକୁ କୁହାଯାଇଛି।ଛତ୍ରପୁର ଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅପ୍ରେଲ ପହିଲା ଦିନ ସକାଳ ୮ ଘଣ୍ଟ ସମୟ ରେ ଲୋୟର ବସଷ୍ଟାଣ୍ଡ ଠାରୁ ସହର ପରିକ୍ରମା ପୂର୍ବକ ଓଡ଼ିଶାର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରାଯିବ। ଦିନ ୧୦ ଘଣ୍ଟ ସମୟରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲା ସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହେବ। ଏଠାରେ ସଭା, ପୁରସ୍କାର ବିତରଣ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଙ୍ଗୀତ ଓ ନୃତ୍ୟ ପରିବଷଣ ହେବ ।ସେହିପରି ସ୍ଵତନ୍ତ୍ର ଓଡିଶା ପ୍ରେଦେଶ ଗଠନର ଅନ୍ତୁଡ଼ିଶାଳ ବ୍ରହ୍ମପୁର ସହରରେ ସକାଳ ୭ ଘଟିକା ୧୫ ମିନିଟ ସମୟରେ ଗିରି ବଜାର ସ୍ଥିତ ମହାରାଜା କୃଷ୍ଟଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ସ୍ଥଳରୁ ସହର ପରିକ୍ରମା ପୂର୍ବକ ସହର ମଧ୍ୟରେ ଥିବା ସମସ୍ତ ଓଡ଼ିଶାର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ ଆରମ୍ଭ କରାଯିବ। ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତିଭବନ ରେ ସନ୍ଧ୍ୟା ୫ ଘଟିକା ୪୫ ମିନିଟ ସମୟରେ ସମସ୍ତ ଅତିଥି ଓ ଜନସାଧରଣଙ୍କୁ ଉପସ୍ଥିତ ହେବାକୁ ଅନୁରୋଧ କରାଯାଉଛି , କାରଣ ଠିକ୍ ସଂଧ୍ୟା ୬ ଘଟିକା ସମୟରେ ରାଜ୍ୟର ସମସ୍ତ ଅଞ୍ଚଳ ରେ ଏକା ସମୟରେ ଓଡ଼ିଶା ସଙ୍ଗୀତ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ କରାଯିବ । ପରେ ପରେ ସଭା ଆୟୋଜନ କରାଯାଇ , ଓଡିଶାର ପୂର୍ବ ସୂରି ମାନଙ୍କ ୧୨ ଗୋଟି ଦେଶାତ୍ମବୋଧକ ସଙ୍ଗୀତ ସ୍ଥାନୀୟ କଳାକାର ମାନକ ଦ୍ଵାରା ପ୍ରସ୍ତୁତ କରାଯାଇ ଗାନ କରାଯିବ ଏବଂ ନୃତ୍ୟ ପରିବେଷଣ ହେବ ।
ଅନୁଷ୍ଠିତ ଆଭାଶି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଲିନା କୁମାରୀ ଖେସ, ସମସ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ଶିକ୍ଷଧିକାରୀ, ବ୍ଲକ୍ ସ୍ତରୀୟ ଅଧିକାରୀ, ବ୍ରହ୍ମପୁର ମହାନଗର ନିଗମର ଅଧିକାରୀ, ସି ଡ଼ି ପି ଓ ଏବଂ ସମ୍ପୃକ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here