ବୃତ୍ତୀ ପରୀକ୍ଷାରେ ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଫଳତା

0
255

ବୁଗୁଡା : ଫେବୃଆରୀ ୦୪ ତାରିଖ ଦିନ ପ୍ରକାଶ ପାଇଥିବା ପଞ୍ଚମ ଓ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ବୁଗୁଡା ବ୍ଲକ ଅନ୍ତର୍ଗତ କଳମ୍ବ ଗ୍ରାମର ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରକୁ ସଫଳତା ମିଳିଥିବା ଜଣାପଡିଛି। ବୁଗୁଡା ବ୍ଲକରେ ପଞ୍ଚମ ଶ୍ରେଣୀ ମେରିଟ ସ୍କଲରସିପ ପାଇଥିବା ମୋଟ ୭ ଜଣ ମଧ୍ୟରୁ କକମ୍ବ ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଦୁଇ ଜଣ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପଞ୍ଚମ ଶ୍ରେଣୀର ମେରିଟ ସ୍କଲରସିପ ପାଇଥିବା ଦୁଇଜଣ ହେଲେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର କେଶବାନନ୍ଦ ସ୍ଵାଇଁ ଓ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଚିନ୍ମୟୀ ହୋତା । ସେହିପରି ତୃତୀୟ ଶ୍ରେଣୀ ମେରିଟ କମ ପ୍ରପର୍ଟି ସ୍କଲରସିପ ରେ କଳମ୍ବ ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ବର୍ଷା ପ୍ରିୟଦର୍ଶନୀ ବେହେରା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ପଞ୍ଚମ ଶ୍ରେଣୀରେ ଦୁଇ ଜଣ ଓ ତୃତୀୟ ଶ୍ରେଣୀରେ ଜଣେ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇ କଲମ୍ବ ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପାଇଁ ଗୌରବ ଆଣିପାରିଥିବା ଯୋଗୁଁ ଶିକ୍ଷାନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ, ଗୁରୁଜୀ, ଗୁରୁମା ଓ ଅଭିଭାବକ ବୃନ୍ଦ କୃତିତ୍ୱ ଅର୍ଜନ କରିଥିବା ତିନି ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଖୁସି ପ୍ରକାଶ କରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here