ଦୁଇ ବୋଲେରୋ ଗାଡ଼ି ସହ ଗଞ୍ଜେଇ ଜବତ ; ଦୁଇ ଗିରଫ

0
291

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ପକ୍ଷରୁ ବ୍ୟାପକ ଗଞ୍ଜେଇ ଜବତ କରାଯାଇଥିବା ବେଳେ, ଏଥିରେ ସପ୍ରୃକ୍ତ ଥିବା ଦୁଇ ଜଣ ଗଞ୍ଜେଇ ମାଫିଆ ଙ୍କୁ ମଧ୍ୟ ଗିରଫ କରିଛି ପୁଲିସ, ସୁଚନା ଅନୁସାରେ ଫିରିଙ୍ଗିଆ ବ୍ଲକ ର ପାଙ୍ଗା ପଞ୍ଚାୟତ ମାଲା ଅଞ୍ଚଳ ରୁ ଗୋଟିଏ ଡାଲା ବୋଲେରୋ ନଂ.(ଓଡି-୩୩କେ- ୭୮୩୩) ଓ ପାଶେଞ୍ଜର ବୋଲେରୋ ( ଓଡି-୦୫ ଇ- ୧୯୦୪ ଯୋଗେ ରାଜଧାନୀ ଭୁବନେଶ୍ବର କୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କୈାଣସି ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ଙ୍କ ନେତୃତ୍ବରେ ଅତିରିକ୍ତ ଥାନା ଅଧିକାରୀ ବିକାଶ କୁମାର ଜାଲି , ଏବଂ ବରିଷ୍ଠ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ ଏକ ପୋଲିସ ଟିମ ସହାୟତା ରେ ପାଙ୍ଗାମାଲା ର ମୁଖ୍ୟ ରାସ୍ତା ଠାରେ ଥିବା ବାଘନଦୀ ପୋଲ ନିକଟରେ ଚଢ଼ାଉ କରି ଦୁଇଟି ବୋଲେରୋ ଗାଡ଼ି ସହ ୩ କ୍ୟୁଣ୍ଟାଲ ୫୩ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ।ଏଥିରେ ସମ୍ପୃକ୍ତ ଥିବା ମାଲା ଗ୍ରାମ ର ଶ୍ରୀକାନ୍ତ ଦିଗାଲ (୨୨) ଓ ଗୋଲକ ଦିଗାଲ( ୨୦) ଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି, ତେବେ ଉଭୟ ଗଞ୍ଜେଇ ମାଫିଆ ଦୁଇ ଭାଇ ବୋଲି ପୁଲିସ କହିଛି , ଏ ସଂକ୍ରାନ୍ତରେ ଫିରିଙ୍ଗିଆ ଥାନା ରେ ୨୪/୨୨ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀ ରାଓ ସୂଚନା ଦେଇଛନ୍ତି।
ରିପୋର୍ଟ:
ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here