ବିଶ୍ୱ କର୍କଟ ଦିବସରେ ‘କ୍ରାନ୍ତି, ବ୍ରହ୍ମପୁର ତରଫରୁ ଜନସଚେତନତା ପଦଯାତ୍ରା ଅନୁଷ୍ଠିତ

0
245

ବ୍ରହ୍ମପୁର – ବିଶ୍ୱ କର୍କଟ ଦିବସରେ ବ୍ରହ୍ମପୁରର କ୍ରାନ୍ତି ଅନୁଷ୍ଠାନ ତରଫରୁ ଆଜି ସକାଳ ୮.୩୦ ରେ ଖଲିକୋଟ ବିଶ୍ୱବିଦ୍ୟାଳୟ ନିକଟରେ ବିଶ୍ୱ କର୍କଟ ଦିବସ ଆୟୋଜିତ ହୋଇ କର୍କଟ ରୋଗ ରୁ କିପରି ଜନସାଧାରଣ ଦୁରେଇ ରହିବେ ଏହା ଉପରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହାକୁ ଆୟୋଜିତ କରିଥିଲେ କ୍ରାନ୍ତି ଅନୁଷ୍ଠାନ ମୁଖ୍ୟ ଡ. ଦେବାନନ୍ଦ ଦାଶ । ଏହି ସଚେତନତା କାର୍ଯ୍ୟକ୍ରମରେ ବିଜେଡିର ନେତା ତଥା ସମାଜସେବି ସୁବାଷ ମହାରଣା,ISRD ମୁଖ୍ୟ ସୁଧିର ସାବତ, ସାମନ୍ତରା ଏକାଡେମିର ଦେବେସ ସାମନ୍ତରା, ସନ୍ତୋଶିନ ବେହେରା, ମହେଶ କୁମାର ପାଢିଙ୍କ ସହ କ୍ରାନ୍ତି ଅନୁଷ୍ଠାନର ବ୍ୟକ୍ତି ବିଶେସ ଯୋଗ ଦେଇଥିଲେ । ଯୁବପିଢି କିପରି ଏହି କର୍କଟ ରୋଗରୁ ଦୁରେଇ ରହିବେ ଏହା ଉପରେ ଅତିଥିମାନେ ଜନସାଧାରଣଙ୍କୁ ସଚେତନତା ର ବାର୍ତା ଦେଇଥିଲେ । ତମାଖୁ ର ବିକ୍ରିୟ ଉପରେ ନିଷେଧାନାମା ଜାରି ସତ୍ୱେ ଖୁଲମ ଖୁଲା ବଜାରରେ ବିକ୍ରି ହେଉଛି । ଏହା ଆଜିର ଯୁବ ସମାଜକୁ ଖରାପ ରାସ୍ତାରେ ଯିବାକୁ ସହାୟତା ହେଉଛି ବୋଲି ଅତିଥିମାନେ ମତ ବ୍ୟକ୍ତ କରିଛନ୍ତି । ଏହାର ବିକ୍ରି ଉପରେ ସରକାର ଦୃଢ ପଦକ୍ଷେପ ଗ୍ରହଣ କରିବା ଉଚିତ । ଆଗାମୀ ଦିନରେ କିପରି କର୍କଟ ରୋଗ ମୁକ୍ତ ଭାରତ ଗଠନ ହେବ ପ୍ରତିଜ୍ଞାବଦ୍ଧ ହେବାପାଇଁ ଯୁବପିଢିଙ୍କୁ ସଚେତନତା କରିଛନ୍ତି ।

LEAVE A REPLY

Please enter your comment!
Please enter your name here