ନିର୍ବାଚନରେ ଲଢ଼ୁଥିବା ଚାରି ପଞ୍ଚାୟତର ପ୍ରାର୍ଥୀଙ୍କୁ ନେଇ କୋଦଳା ପୋଲିସର ସଚେତନ ବୈଠକ

0
254

ବେଗୁନିଆପଡା: ଗଂଜାମ ଜିଲ୍ଲା କୋଦଳା ଥାନା ପରିସରରେ ଚଳିତ ପଞ୍ଚାୟତ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ଚାରି ପଞ୍ଚାୟତର ପ୍ରାର୍ଥୀଙ୍କୁ ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ଶାନ୍ତି ଶୃଙ୍ଖଳା କରାଯିବା ସହ ସମସ୍ତ ପଞ୍ଚାୟତରେ କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେ ଦିଗରେ ସମସ୍ତ ପ୍ରାର୍ଥୀ ସଚେତନ ରହିବା ପାଇଁ ଆଲୋଚନା କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି, ଅତିରିକ୍ତ ଥାନା ଅଧିକାରୀ ପ୍ରଭାତ କୁମାର ବେହେରା, ଏଏସଆଇ ଏସ. କେ. ପ୍ରଧାନଙ୍କ ସହ ଥାନାର ପୋଲିସ କର୍ମଚାରୀ ଉପସ୍ଥିତ ଥିବା ବେଳେ ଚିଙ୍ଗୁଡ଼ିଖୋଲ, ବେଗୁନିଆପଡା, ଖଣ୍ଡିଆନଇ ଓ କେ. ବରିଡା ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ ସଭ୍ୟ ପ୍ରାର୍ଥୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here