ଆମ୍ବ ଗଛ ପଡ଼ି ଜଣେ ମୃତ, ଜଣେ ଆହତ

0
354

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା )-ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ବାଲିପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।ଗ୍ରାମରେ ଆମ୍ବ ଗଛ ପଡି ଜଣେ ମୃତ ଜଣେ ବରଣ କରିଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ହେଲେ ଗୌଡ଼ଗୋଠ ଗ୍ରାମର ନବଘନ ପାତ୍ର। ସେ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରୁଥିଲେ।ଆଜି ଟ୍ରାକ୍ଟର ଧରି ଶ୍ରମିକ ମାନଙ୍କ ସହ ବାଲିପଦର ଗ୍ରାମକୁ ଯାଇଥିଲେ । ସନ୍ଧ୍ୟାରେ ଅଦିନିଆ ବର୍ଷା ସାଙ୍ଗକୁ ପ୍ରବଳ ଜୋରରେ ମେଘ ପବନ ହେବାରୁ ଟ୍ରାକ୍ଟର ରଖି ଆମ୍ବ ଗଛ ତଳେ ଆଶ୍ରୟ ନେଇଥିଲେ। ହେଲେ ହଠାତ ଆମ୍ବ ଗଛଟି ପବନର ବେଗ ରେ ଭାଙ୍ଗି ପଡି ନବଘନଙ୍କ ଉପରେ ପଡି ଯାଇଥିଲା।ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଅନ୍ୟଜଣେ ଆହତ ହୋଇଥିବା ସୂଚନା ମିଳିଛି।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here