ବେଗୁନିଆପଡା ଜନତା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ରେ ଶାରୀରିକ ଶିକ୍ଷା ଶିକ୍ଷାଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
245

ବେଗୁନିଆପଡା :ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଜିଲ୍ଲା ଶାରୀରିକ ଶିକ୍ଷାଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ନିକଟସ୍ଥ ଜନତା ବିଜ୍ଞାନ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଶାରୀରିକ ଶିକ୍ଷା ଶିକ୍ଷାଦାନ କାର୍ଯ୍ୟକ୍ରମ ଆଜି ଠାରୁ ଅନୁଷ୍ଠିତ ହୋଇଯାଇଛି । ଆଜିର ଶିକ୍ଷାଦାନ ବିଷୟବସ୍ତୁ ଶାରୀରିକ ଶିକ୍ଷା କଣ ଥିବା ବେଳେ ଏଥିରେ କ୍ରୀଡାଶିକ୍ଷକ ଶ୍ରୀ ସୂର୍ଯ୍ୟନାରାୟଣ ଜେନା ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିଥିଲେ । ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ପ୍ରତିଦିନ ଚାଲିବ ବୋଲି କ୍ରୀଡା ଶିକ୍ଷକ ଶ୍ରୀ ଜେନା କହିଛନ୍ତି । ଏଥିସହିତ ବେଗୁନିଆପଡା ବ୍ଲକ ର ଅନ୍ୟନ୍ୟା ଉଚ୍ଚ ବିଦ୍ୟାଳୟ ମାନଙ୍କରେ ମଧ୍ଯ ଏହି କାର୍ଯ୍ୟକ୍ରମ ଚାଲିଥିବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here