କୋରନା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଏସଓପି ଜାରୀ

0
635

ଗଞ୍ଜାମ(ଦକ୍ଷିଣ ଓଡ଼ିଶା ମୁଖ୍ୟ) ଦେଶର କିଛି ରାଜ୍ୟରେ କରୋନା ସଂକ୍ରମିତ ଙ୍କ ବୃଦ୍ଧି ପାଉଥିବା ବେଳେ ଓଡିଶା ସରକାର ଙ୍କ ତରଫରୁ ଗାଇଡ଼ ଲାଇନ ଜାରୀ କରାଯାଇଛି | ସେହିପରି ଗଞ୍ଜାମ ଜିଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରୀ ହୋଇଛି ଏସଓପି |ବଜାର, ଧାର୍ମିକ ଅନୁଷ୍ଠାନ,ବିଭିନ୍ନ ଜନଗହଳି ପୁର୍ଣ ସ୍ଥାନ ମାନଙ୍କ ରେ କୋଭିଡ ନିୟମ କଡାକଡୀ ପାଳନ କରାଯିବା ସହିତ ମାସ୍କ ପିନ୍ଧିବା,ସାନିଟାଇଜର ବ୍ୟବହାର, ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତା ମୂଳକ କରାଯାଇଛି |ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ଥାନା ଆଇଆଇସି ଙ୍କ ସହାୟତାରେ ବ୍ଲକ,ଏନଏସି ଓ ତହସିଲରେ ମାସ୍କ ଯାଞ୍ଚ ପାଇଁ ମାସ୍କ ଚେକିଂ ପଏଣ୍ଟ ମାଧ୍ୟମରେ ଚେକିଂ କଡାକଡୀ କରିବାକୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି |ଆଶା କର୍ମୀ, ଅଙ୍ଗନବାଡି,ଏଏନଏମ କର୍ମୀ କରୋନା ସନ୍ଦିଗ୍ଧ ମାନଙ୍କୁ ଚି଼ହ୍ନଟ କରି କୋଭିଡ ଟେଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି |ଦୋକାନୀ ମାନଙ୍କ ପାଇଁ କୋଭିଡ କଟକଣା ନିୟମ କୁ କଡାକଡି ପାଳନ କରିବା ସହିତ ଏଥିରେ ଅବହେଳା କଲେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି ଜିଲ୍ଲା ପ୍ରଶାସନ |ଏଥି ସହିତ ପ୍ରଶାସନିକ ଅଧିକାରୀ ମାନେ କୋଭିଡ ପଞ୍ଚସୂତ୍ରୀ ନିୟମ କୁ ପାଳନ କରିବା ପାଇଁ ଲେଟର ଅଫ ଅପିଲ ସମସ୍ତ ଦୋକାନୀ ମାନଙ୍କୁ ବାଣ୍ଟିବେ |

LEAVE A REPLY

Please enter your comment!
Please enter your name here