ନିର୍ବାଚନରେ ଲଢ଼ୁଥିବା ପ୍ରାର୍ଥୀଙ୍କୁ ନେଇ କୋଦଳା ପୋଲିସର ସଚେତନ ବୈଠକ

0
276

ବେଗୁନିଆପଡା: ଚଳିତ ପଞ୍ଚାୟତ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ନେଇ ଏକ ସଚେତନତା ବୈଠକ ଗଞ୍ଜାମ ଜିଲ୍ଲା କୋଦଳା ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ଶାନ୍ତି ଶୃଙ୍ଖଳା କରାଯିବା ସହ ସମସ୍ତ ପଞ୍ଚାୟତରେ କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେ ଦିଗରେ ସମସ୍ତ ପ୍ରାର୍ଥୀ ସଚେତନ ରହିବା ପାଇଁ ଆଲୋଚନା କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ କୋଦଳା ତହସିଲଦାର ସସ୍ମିତା ପାଣିଗ୍ରାହୀ, ବେଗୁନିଆପଡା ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ, କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି, ଅତିରିକ୍ତ ଥାନା ଅଧିକାରୀ ପ୍ରଭାତ କୁମାର ବେହେରା, ବେଗୁନିଆପଡା ଫାଣ୍ଡି ଅଧିକାରୀ ସଂଗ୍ରାମ କେଶରୀ ଦେହୁରୀଙ୍କ ସହ ଥାନାର ପୋଲିସ କର୍ମଚାରୀ ଉପସ୍ଥିତ ଥିବା ବେଳେ ସୁମଣ୍ଡଳ, ଶାଙ୍କୁଡା, ତାଳସର ଓ ମର୍ଦ୍ଧକୋଟ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ ସଭ୍ୟ ପ୍ରାର୍ଥୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here