ରାଇକିଆରେ ବିଜେପି ର ସାଂଗଠନିକ ବୈଠକ

0
243

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ମଣ୍ଡାକିଆ ଠାରେ ବିଜେପି ର ବ୍ଲକ୍ ସ୍ତରୀୟ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଅଛି । ମଣ୍ଡଳ ସଭାପତି ନାରାୟଣ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲା ସଭାପତି ଜଗନ୍ନାଥ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମ ଲୋଚନ ଦାସ , ଜିଲା ସଂଗଠନ ସମ୍ପାଦକ ମାନ ଗୋବିନ୍ଦ ପ୍ରଧାନ ଯୋଗ ଦେଇ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଉଭୟ ୧୭ ଓ ୧୮ ନଂ ଜୋନରେ ଜିଲ୍ଲା ପରିଷଦ ସଭ୍ୟ ପଦବୀ ଯେପରି ଦଳ ହାତେଇ ପାରିବ ସେ ନେଇ ରଣ କୌଶଳ ପ୍ରସ୍ତୁତ କରିବା ସହ ସମସ୍ତ କର୍ମୀ ଯେପରି ଏକଜୁଟ ହୋଇ କାମ କରିବେ ସେ ନେଇ କର୍ମୀ ଙ୍କୁ ଉତ୍ସାହିତ କରିଥିଲେ । ବୈଠକ ରେ ୧୭ ନଂ ଜୋନ ପ୍ରାର୍ଥୀ ସନ୍ତୋଷ ଲେଙ୍କା ଙ୍କ ସମେତ ଦଳୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ ।

ରିପୋର୍ଟ:ଆଦିତ୍ୟ ପାଢ଼ୀ

LEAVE A REPLY

Please enter your comment!
Please enter your name here