ଭାଜପା ଆଦିବାସୀ ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

0
324

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ଭାଜପା ଆଦିବାସୀ ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ମୋର୍ଚ୍ଚା ସଭାପତି ଶ୍ୟାସୁନ୍ଦର ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଆଦିବାସୀ ସଭାପତି ତଥା ଉମରକୋଟ ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବରଙ୍ଗପୁର ଜିଲ୍ଲାର ବିକାଶରେ ଆଦିବାସୀ ମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ଵ ବିଷୟରେ ଆଲୋକପାତ କରିଥିଲେ।କେନ୍ଦ୍ର ସରକାରଙ୍କର ବିଭିନ୍ନ ଆଦିବାସୀ ବିକାଶ ମୂଳକ ପଦକ୍ଷେପ ଓ ଯୋଜନା ବିଷୟରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକାରିଣୀ ଜିଲ୍ଲା ସଭାପତି ଜଗଦୀଶ ବିଷୋୟୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଭ୍ୟ ଭଜନାଥ ଗଣ୍ଡ, ସଭ୍ୟା ଦେଓକୁମାରି ଗଣ୍ଡ,ଜିଲ୍ଲା ସାଧାରଣ ସମ୍ପାଦକ ଗୌରୀ ଶଙ୍କର ମାଝୀ,ଜିଲ୍ଲା ଯୁବମୋର୍ଚା ସଭାପତି ଚନ୍ଦ୍ରଭାନୁ ନାୟକ,ନଗର ସଭାପତି ସୁରେଶ ଆଚାର୍ଯ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଶିବ ଗଣ୍ଡ,ରାମ ସିଂ ଗଣ୍ଡ, ଅମର ଗଣ୍ଡ, ଶୋଭା ମାଝୀ, ତ୍ରିବେଣୀ ଗଣ୍ଡ,ବାସନ୍ତୀ ଗଣ୍ଡ, ଗୁରୁବାରୁ ଭତ୍ରା,ବନ ସିଂ, ଗୁରୁବାରୁ ଗଣ୍ଡ,କାମ ସିଂ ମାଝୀ,ସୁମିତ୍ରା ଗଣ୍ଡ, ତଥା ସମସ୍ତ ସରପଞ୍ଚ,ଆଦିବାସୀ ମୋର୍ଚ୍ଚା ମଣ୍ଡଳ ସଭାପତି ଓ ସାଧାରଣ ସମ୍ପାଦକ ଉପସ୍ଥିତ ଥିଲେ।

ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here