ବରିଷ୍ଠ ନାଗରିକ ବିଚାର ମଞ୍ଚର ମାସିକ ବୈଠକ

0
258

ବ୍ରହ୍ମପୁର: ଗୋସାଇଁ ନୂଆଗାଁ ବରିଷ୍ଠ ନାଗରିକ ବିଚାର ମଞ୍ଚର ମାସିକ ବୈଠକ ସଭାପତି ଇଂ. ପ୍ରଫୁଲ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ରାତ୍ର ଅନୁଷ୍ଠିତ ହୋଇଯାଇଛି l ସଂଯୋଜନା କରିଥିଲେ ସମ୍ପାଦକ ଶ୍ରୀ ଲୋକନାଥ ସାହୁ l ପ୍ରଥମେ ଭାଗବାନ ଜଗନ୍ନାଥଙ୍କ ଠାରେ ପ୍ରଦୀପ ପ୍ରଜ୍ଜଳନ, ବନ୍ଦେ ମାତରମ୍ ଗାନ ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ସଭ୍ଯ ମାନଙ୍କ ଜନ୍ମ ମାସରେ ପୁଷ୍ପ ବନ୍ଦନ ସହ ଆରୋଗ୍ୟ କାମନା କରି ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇଥିଲା l ମୁଖ୍ଯବକ୍ତା ଭାବେ ଡା. ନକୁଳ ସାହୁ ଉପସ୍ଥିତ ରହି ବରିଷ୍ଠ ନାଗରିକଙ୍କ ଚିର ଆରୋଗ୍ଯ ପାଇଁ ଆହାର ବିହାର ପ୍ରାକୃତିକ ଚିକିତ୍ସା ସମ୍ବନ୍ଧୀୟ ଜୀବନ ଚର୍ଯ୍ୟା ବିଷୟରେ କହିଥିଲେ l ଲିଙ୍ଗରାଜ ପଣ୍ଡା ଧନ୍ଯବାଦ ଦେବା ପରେ ଜାତୀୟ ସଙ୍ଗୀତ ଗାନ କରି ସଭା ସାଙ୍ଗ କରା ଯାଇଥିଲା l

LEAVE A REPLY

Please enter your comment!
Please enter your name here