ଏକାଡେମୀ କପ୍‌-୨୦୨୨ ଟି-୨୦ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦ୍‌ଘାଟିତ

0
344

ବ୍ରହ୍ମପୁର: ସ୍ଥାନୀୟ ଏମକେସିଜି ମେଡିକାଲ ଖେଳ ପଡ଼ିଆରେ ଆଜିଠାରୁ ଏକାଡେମୀ କପ୍‌-2022 ଟି-20 କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦ୍‌ଘାଟିତ ହୋଇଛି। ଏହି ଟୁର୍ଣ୍ଣ।ମେଣ୍ଟକୁ ଲିଡସ୍‌ କ୍ରିକେଟ ଏକାଡେମୀ ଆୟୋଜିତ କରିଛି। ବିଧାୟକ ବିକ୍ରମ ପଣ୍ଡା ଟୁର୍ଣ୍ଣ।ମେଣ୍ଟକୁ ଉଦ୍‌ଘାଟନ କରିଥିଲେ। ଏହି ଟୁର୍ଣ୍ଣ।ମେଣ୍ଟରେ 8ଟି ଟିମ୍‌ ଭାଗ ନେଇଛନ୍ତି। ଆଲ୍‌ଫା ସ୍ପୋର୍ଟିଂ କ୍ଲବ, ଅକ୍ସଫୋର୍ଡ କ୍ରିକେଟ କ୍ଲବ, ଲିଡସ୍‌ ସ୍ପୋର୍ଟିଂ କ୍ଲବ, ରମ୍ଭାର ଆରସିସି, ଲିଡସ୍‌ କ୍ରିକେଟ ଏକାମେଡମୀ ଓ ଜେସିସି ଟିମ୍‌ ସାମିଲ ହୋଇଛନ୍ତି। ଏହା 5 ଦିନ ଧରି ଚାଲିବ। ଆଜି ଦୁଇଟି କ୍ବାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚରେ ଆଲ୍‌ଫା ସ୍ପୋର୍ଟିଂ କ୍ଲବ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ ଲିଡସ୍‌ କ୍ରିକେଟ ଏକାଡେମୀ ବିଜୟୀ ହୋଇଥିଲା। ପ୍ରଥମ ମ୍ୟାଚ ଅକ୍ସଫୋର୍ଡ କ୍ଲବ ଓ ଆଲ୍‌ଫା ସ୍ପୋର୍ଟିଂ କ୍ଲବ ମଧ୍ୟରେ ହୋଇଥିଲା। ଆଲ୍‌ଫା ସ୍ପୋର୍ଟିଂ କ୍ଲବ ଟସ୍‌ ଜିତି ପ୍ରଥମେ ଫିଲ୍‌ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟସ୍‌ ହାରି ଅକ୍ସଫୋର୍ଡ କ୍ଲବ ବ୍ୟାଟିଂ କରି ନିର୍ଦ୍ଧ।ରିତ 18 ଓଭରରେ 7 ଵିକେଟ ହରାଇ 155 ରନ୍‌ କରିଥିଲା। ଦଳ ପକ୍ଷରୁ ଗୋପୀ କିଶନ ସାହୁ 29, ଵିକେଟ କିପର ଶ୍ରୀକାନ୍ତ ପ୍ରଧାନ 50 ରନ୍‌ କରିଥିଲେ। ବିପକ୍ଷ ଟିମ୍‌ର ଅଭିଜିତ ହୋତା 3ଟି ଵିକେଟ ନେଇଥିଲେ। ଜବାବରେ ଆଲ୍‌ଫା ସ୍ପୋର୍ଟିଂ କ୍ଲବ 17.4 ଓଭରରେ 4ଵିକେଟ ହରାଇ 157 ରନ୍‌ କରି ବିଜୟୀ ହୋଇଥିଲା। ଦଳ ପକ୍ଷରୁ ସୌମ୍ୟ ବିଶ୍ବାଳ 68 ରନ୍‌, ଦେବାଶିଷ ମିଶ୍ର 33 ରନ୍‌ କରିଥିଲେ। ବିପକ୍ଷ ଟିମ୍‌ର ଶ୍ୟାମ ନାଇକ 2ଟି ଵିକେଟ ନେଇଥିଲେ। ସୌମ୍ୟ ବିଶ୍ବାଳଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚରେ ପୁରସ୍କୃତ କରାଯାଇଥିଲା। ରଞ୍ଜନ ମହାଙ୍କୁଡ ସ୍କୋରରରେ ଥିଲେ। ଦ୍ବିତୀୟ ମ୍ୟାଚ ଲିଡସ୍‌ କ୍ରିକେଟ ଏକାଡେମୀ ଓ ଜେସିସି ମଧ୍ୟରେ ହୋଇଥିଲା। ଲିଡସ୍‌ କ୍ରିକେଟ ଏକାଡେମୀ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧ।ରିତ 17 ଓଭରରେ ଦଳ 5 ଵିକେଟ ହରାଇ 181 ରନ୍‌ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଜିତେନ୍ଦ୍ର ତ୍ରିପାଠୀ 38 ବଲ୍‌ରୁ 82 ରନ୍‌, କିଶୋର ପ୍ରସାଦ 33 ରନ୍‌ କରିଥିଲେ। ବିପକ୍ଷ ଟିମ୍‌ର ଶାନୁ 2ଟି ଵିକେଟ ନେଇଥିଲେ। ଜବାବରେ ଜେସିସି 17 ଓଭରରେ 8 ଵିକେଟ ହରାଇ 106 ରନ କରିବାକୁ ସକ୍ଷମ ହୋଇଥିଲା। ଏହି ମ୍ୟାଚକୁ ଲିଡସ୍‌ କ୍ରିକେଟ ଏକାଡେମୀ 75 ରନ୍‌ରେ ବିଜୟୀ ହୋଇଥିଲା। ଦଳ ପକ୍ଷରୁ କୁନାଲ କୁମାର ସାହୁ 35 ରନ୍‌ କରିଥିଲେ। ବିପକ୍ଷ ଟିମ୍‌ର ଏମ.ସତୀଶ ରାଓ 3ଟି ଵିକେଟ ଅକ୍ତିଆର କରିଥିଲେ। ଅମ୍ପାୟର ଭାବେ ଆର. ଡି. ରଜନୀକାନ୍ତ, ଦେବବ୍ରତ ଦେବ, ଜଗା ରାଓ ଓ ସୁମନ ପାତ୍ର ଦୁଇଟି ଯାକ ମ୍ୟାଚ ପରିଚାଳନା କରିଥିଲେ। ଲିଡସ୍‌ କ୍ରିକେଟ ଏକାଡେମୀର ଜିତେନ୍ଦ୍ର କୁମାର ତ୍ରିପାଠୀଙ୍କୁ ମ୍ୟାନ ଅଫ ଦ ମ୍ୟାଚରେ ପୁରସ୍କୃତ କରାଯାଇଥିଲା। ଉଦ୍‌ଘାଟନ ଉତ୍ସବରେ ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡିଓ ଅଧ୍ୟକ୍ଷ ସୁବାସ ମହାରଣା, ତିରୁପତି ପାତ୍ର, ବିଜୟ ସାମଲ, ସୁରେନ୍ଦ୍ର ମହାରଣା, ସଂଘମିତ୍ରା ଦଳାଇ, ସୋନାଲି ଗନ୍ତାୟତ, ତେଜ ସ୍ଵାମୀ, ଆୟୋଜକ ଟିମ୍‌ର ଆଦିତ୍ୟ ପଟ୍ଟନାୟକ, ଦୀପଙ୍କର ମହାନ୍ତି, ଜିତେନ୍ଦ୍ର ତ୍ରିପାଠୀ, ରୋଶନ ପାତ୍ର, ଦୁର୍ଗ। ପ୍ରସାଦ ପଟ୍ଟନାୟକ, ରବି ଦାସ, ମଧୁସୂଦନ ରାଓ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here