ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଉପଲକ୍ଷେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

0
254

ବୁଗୁଡା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଉପଲକ୍ଷେ ବୁଗୁଡା ପୋଲିସ ପକ୍ଷରୁ ଚତୁର୍ଥ ଦିବସ ଜାନୁଆରୀ ୩୧ ତାରିଖରେ ବିଭିନ୍ନ ସମ୍ବେଦନଶୀଳ ଗ୍ରାମରେ ଫ୍ଲାଗ ମାର୍ଚ୍ଚ ସହ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ଫେବୃୟାରୀ ୧୮ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି। ଅବାଧ ଓ ନିରପେକ୍ଷ ସହ ଶାନ୍ତିଶୃଙ୍ଖଳା ସହ ମତଦାନ ପାଇଁ ଡ଼ାକବାଜି ଯନ୍ତ୍ର ଦ୍ୱରା ପ୍ରଚାର କରାଯାଇ ଜନସାଧାରଣଙ୍କୁ ସଚେତନତା କରାଯାଉଛି। ଅପରାଧୀ ସହ ଜଡିତ ବ୍ୟକ୍ତି ମାନଙ୍କ ପ୍ରତି ସର୍ବଦା ନଜର ରଖାଯାଉଛି। କୌଣସି ବ୍ୟକ୍ତି ବିଶୃଙ୍ଖଳା ସୃଷ୍ଟି କଲେ ତୁରନ୍ତ ପୋଲିସକୁ ଜଣାଇବା ପାଇଁ ଜନସାଧାରଣକୁ ନିବେଦନ କରାଯାଉଛି। ଚତୁର୍ଥ ଦିବସ ସୋମବାର ଦିନ ବୁଗୁଡା ପୋଲିସ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନେତୃତ୍ୱରେ ପୋଲିସ ଅଧିକାରୀ ବୃନ୍ଦ ଓ ପୋଲିସ ଫୋର୍ସ ବୁଗୁଡା ବ୍ଲକ ଅନ୍ତର୍ଗତ ବେତାରସିଂ ଓ ଗୋଳାବନ୍ଧ ଗ୍ରାମରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଏଥି ସହ ଡ଼ାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇ ଆଇନ ଶୃଙ୍ଖଳା ଭଙ୍ଗକଲେ କଠୋର ଦଣ୍ଡ ବ୍ୟବସ୍ଥା କରାଯିବ ବୋଲି ସତର୍କ କରାଯାଇଛି ।

LEAVE A REPLY

Please enter your comment!
Please enter your name here