ବର୍ତ୍ତମାନ ପଲ୍ୟୁସନ୍ ଓ ବୀମା ଯାଞ୍ଚ ହେଉନି ବୋଲି ସ୍ପଷ୍ଟ କଲେ ପୁଲିସ କମିଶନର

0
752

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଦେଶରେ ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଭୁବନେଶ୍ୱର ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଅନୁଯାୟୀ, ଗାଡ଼ିର ବୀମା ଓ ପ୍ରଦୂଷଣ ଏବେ ଦେଖାଯାଉ ନାହିଁ। ବିଶେଷକରି ୫ଟି ଭୁଲ୍ ଉପରେ ନଜର ଦିଆଯାଇ ଜୋରିମାନା କରାଯାଉଛି। ସେଗୁଡିକ ହେଲା, ଗାଡ଼ିରେ ୩ ଜଣଙ୍କୁ ବସାଇ ନେଲେ, ହେଲମେଟ ନପିନ୍ଧିଲେ, ମଦ ପିଇ ଗାଡ଼ି ଚଳାଉଥିଲେ, ଗାଡ଼ି ଚଳାଉଥିବା ବେଳେ ମୋବାଇଲରେ ଗପୁଥିଲେ ଓ ରାସ୍ତାର ଭୁଲ୍ ସାଇଡ୍ରେ ଯାଉଥିଲେ । ଜୋରିମାନା ବାବଦକୁ ୧ ହଜାର ଟଙ୍କା ଜାଗାରେ ୫ ଶହ ଟଙ୍କା ଆଦାୟ କରାଯାଉଛି । ପରିବହନ ବିଭାଗ ସହ ଆଲୋଚନା କରି ଏହି ନିଷ୍ପତ୍ତି ନିଆଯାଇଛି।
ପୋଲିସ ପାଟ୍ରୋଲିଂ ଗାଡ଼ିର ଫିଟ୍ନେସ୍ ସାର୍ଟିଫିକେଟ୍ ଓ ଚାଳକଙ୍କ ଲାଇସେନ୍ସ ନଥିବା ଅଭିଯୋଗକୁ ନେଇ ଆଜି ଭୁବନେଶ୍ୱର ରାଜମହଲ ଛକରେ ଉତ୍ତେଜନା ପ୍ରକାଶ ପାଇଥିଲା। କିନ୍ତୁ ଏହାକୁ ପୋଲିସ କମିଶନର ଖଣ୍ଡନ କରି କହିଛନ୍ତି, ପୋଲିସର ସବୁ ପାଟ୍ରୋଲିଂ ଗାଡ଼ିର ଫିଟ୍ନେସ୍ ଠିକ୍ ଅଛି ଏବଂ ବିନା ଲାଇସେନ୍ସରେ କୌଣସି ପୋଲିସ ଗାଡ଼ି ଚାଲୁ ନାହିଁ। ଏନେଇ ମିଥ୍ୟା ଖବର ପ୍ରଚାର କରାଯାଉଛି ।

LEAVE A REPLY

Please enter your comment!
Please enter your name here