ବ୍ରହ୍ମପୁର ନୂତନ ଉପଜିଲ୍ଲାପାଳଙ୍କୁ ପିପୁଲ ଫର ଦି ପବ୍ଲିକ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

0
287

ବ୍ରହ୍ମପୁର(ନ୍ୟୁଜ ଏକ୍ସଟ୍ରା) ବ୍ରହ୍ମପୁରର ଅଗ୍ରଣୀ ସଂଗଠନ ପିପୁଲ ଫର ଦି ପବ୍ଲିକ ପକ୍ଷରୁ ନୂତନ ଭାବେ ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବା IAS ଅଧିକାରୀ କୀର୍ତ୍ତି ଭାସନ ଙ୍କୁ ସଂଗଠନ ପକ୍ଷରୁ ସ୍ଵାଗତ ଜଣାଇବା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଗଠନ ସଭାପତି ଡ଼. ସୁବ୍ରତ ସାହୁଙ୍କ ପୌରହିତ୍ୟରେ ବହୁ ସଦସ୍ୟ ଯୋଗ ଦେଇ ଉପଜିଲ୍ଲାପାଳ ଶ୍ରୀ ଭାସନଙ୍କୁ ସ୍ଵାଗତ କରିଥିଲେ।ବର୍ତ୍ତମାନ କରୋନା ର ଏହି ଘଡ଼ିସନ୍ଧି ମୁହୂର୍ତରେ ନିତ୍ୟ ବ୍ୟବହାର ସାମଗ୍ରୀ ଆକାଶ ଛୁଆ ଦ ରରେ କଳାବଜାରୀ ମାନେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି ଏପରିକି ଆଳୁ ଓ ପିଆଜ ଦର ମଧ୍ୟ ଆକାଶ ଛୁଆ ହୋଇଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସଂଗଠନ ପକ୍ଷରୁ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।ଏହାସହିତ ବ୍ରହ୍ମପୁର ସହରରେ ରହିଥିବା ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନ ଉପରେ ଉପଜିଲ୍ଲାପାଲଙ୍କ ସହ ଆଲୋଚନା କରାଯାଇଥିଲା।ଏହି ଅବସରରେ ସମ୍ପାଦକ ଆଇନଜୀବୀ ସତୀଶ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ହେମାଙ୍ଗ ପ୍ରସାଦ ରାଉଳ, ବିଶ୍ୱନାଥ ମାରଣା, କପିଳ ପଢ଼ି, ଦିନେସ ପଟନାୟକ, ଅସିତ ପଣ୍ଡାଙ୍କସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here