୪୨ ନଂ ଜୋନ ବିଜେଡି ପ୍ରାର୍ଥୀଙ୍କ ମାଣିତରାରେ କାମ୍ପେନ

0
305

ବୁଗୁଡା : ଗଞ୍ଜାମ ଜିଲ୍ଲା ୪୨ ନଂ ଜିଲ୍ଲାପରିଷଦ ତଥା ବୁଗୁଡା ବ୍ଲକର ୨ ନଂ ଜିଲ୍ଲାପରିଷଦ ଜୋନର ବିଜୁ ଜନତା ଦଳର ପ୍ରାର୍ଥୀ ଗଙ୍ଗାପାଣି ଜେନା ଜାନୁଆରୀ ୨୮ ତାରିଖ ଦିନ ମାଣିତରା ଗ୍ରାମ ପଞ୍ଚାୟତରେ କାମ୍ପେନ କରିଥିବା ଦେଖିବାକୁ ମିଳିଛି। ବିଜେଡି ସକ୍ରିୟ କର୍ମୀମାନଙ୍କ ସମେତ ଜନସାଧାରଣଙ୍କ ସହ ଶ୍ରୀ ଜେନା ଆଲୋଚନା କରିଥିବା ଦେଖିବାକୁ ମିଳିଛି। ବୁଗୁଡା ବ୍ଲକର ୪୨ ନଂ ଜିଲ୍ଲାପାରିଷଦ ପ୍ରାର୍ଥୀଭାବେ ବିଜୁ ଜନତା ଦଳ ଗଙ୍ଗାପାଣି ଜେନାଙ୍କୁ ମନୋନୀତ କରିବା ପରେ ଶ୍ରୀ ଜେନା ପ୍ରାର୍ଥୀଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଶ୍ରୀ ଜେନା ପ୍ରାରମ୍ଭିକ ପର୍ଯ୍ୟାୟରେ ମାଣିତରା ପଞ୍ଚାୟତକୁ ଆସି ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ, ସରପଞ୍ଚ ତଥା ସମିତି ସଭ୍ୟା ପ୍ରାର୍ଥୀନୀ ଶାନ୍ତିଲତା ନାୟକ, ପୂର୍ବତନ ସରପଞ୍ଚ ସୀମାଞ୍ଚଳ ପ୍ରଧାନ, ସରପଞ୍ଚ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରାଙ୍କ ସମେତ ବହୁ ବିଜେଡି ସକ୍ରିୟ ସଭ୍ୟଙ୍କ ସହ ଆଲୋଚନା କରିବା ସହ ଜନସାଧାରଣଙ୍କୁ ଭେଟି ଭୋଟଭିକ୍ଷା କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here