“ମାସ୍କୋ” ଓ “କାର୍ପ” ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ

0
210

ବ୍ରହ୍ମପୁର : ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ମାସ୍କେ଼ା”, “କାର୍ପ” ଏବଂ “ରାଜାରାଣୀ ଡ୍ରିମ୍ ହୋମ୍ସ”ର ମିଳିତ ସହଯୋଗରେ ୭୩ତମ ଜାତୀୟ ଜନରାଜ୍ୟ ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମଟିକୁ ସମାଜସେବୀ ତଥା ଅଭିନେତା ଡାକ୍ତର ରାମକୃଷ୍ଣ ସାହୁ ଉଦଘାଟନ କରି ଜନରାଜ୍ୟ ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ।ମୁଖ୍ୟଅତିଥି ରୂପେ ଶ୍ରୀ ଦୁଶାସନ ମହାରଣା ଉପସ୍ଥିତ ଥିବାବେଳେ ମୁଖ୍ୟବକ୍ତା ଭାବେ ନାର୍ସୁ ନାୟକ ଉପସ୍ଥିତ ରହି ଜାତୀୟ ସଂହତି ବିଷୟରେ ଲୋକମାନଙ୍କୁ ବୁଝାଇଥିଲେ।ସମ୍ମାନିତ ଅତିଥିଭାବେ ଶ୍ରୀ ସୁନିଲ କୁମାର ସାବତ, ଶ୍ରୀ ପପୁନ୍ କୁମାର ମହାରଣା ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମଟିକୁ ଶ୍ରୀଯୁକ୍ତ ବିଜୟ କୁମାର ପାଣି,ରାଜେଶ କୁମାର ବାଡତ୍ୟା,ନୀଳାଞ୍ଚଳ ସାହୁ ଏବଂ ଶ୍ରୀମତୀ ଭାଗ୍ୟଲକ୍ଷ୍ମି ସାହୁ ପ୍ରମୁଖ ପରିଚାଳନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବାଦଲ ସାହୁ,ରୁନିତା କୁମାରୀ ଦାଶ,ସୁନୀତା ପାଣି,ଜୟନ୍ତୀ ନାୟକ,ପ୍ରତିମା ମହାରଣା,ମମତା ମାଝୀ, ସ୍ନିଗ୍ଧାରାଣୀ ବିଷୋୟୀ,ଶୁଭଶ୍ରୀ ସାହୁ,ମନୋରଞ୍ଜନ ପାଢ଼ୀ,ରାମଚନ୍ଦ୍ର ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here