ଶ୍ରୀ ଭଗବତୀ ଟିପିରାଣୀ ଭଲିବଲ ଟ୍ରଫି ବିଜେତା ହେଲା ଦିଗପହଣ୍ଡି , କ୍ରୀଡା ଦ୍ୱାରା ବିଶ୍ୱ ଭାତୃତ୍ୱ ସମ୍ଭବ…..ଡ଼.ଗୋପବନ୍ଧୁ

0
376

ବ୍ରହ୍ମପୁର,କ୍ରୀଡା ଜାତି,ବର୍ଣ୍ଣ,ଧର୍ମ ନିର୍ବିଶେଷରେ ସମସ୍ତ ଙ୍କୁ ଏକତାସୂତ୍ର ରେ ବାନ୍ଧି ରଖେ ଏବଂ କେବଳ କ୍ରୀଡା ଦ୍ୱାରା ବିଶ୍ୱ ଭାତୃତ୍ୱ ସମ୍ଭବ ହୋଇପାରିବ ।ରଙ୍ଗେଇଲୁଣ୍ଡା ବ୍ଲକ ଆରୁଆପଲ୍ଲୀ ଗ୍ରାମ ରେ ଚାଲି ଥିବା ରାଜ୍ୟସ୍ତରିୟ ଭଲିବଲ ଟୁର୍ଣ୍ଣାମେଣ୍ଟ ର ଉଦଯାପନୀ ସମାରୋହ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଙ୍କ ରାଜନୈତିକ ସଚିବ ଡ. ଗୋପବନ୍ଧୁ ଦାସ ଉକ୍ତ ମନ୍ତବ୍ୟ ରଖିଛନ୍ତି।ସମ୍ମାନିତ ଅତିଥି ତଥା ରଙ୍ଗେଇଲୁଣ୍ଡା ବ୍ଲକ ଉପାଧ୍ୟକ୍ଷ ଅଜିତ ଦାସ କ୍ରୀଡା ର ଭିତ୍ତିଭୂମି ସୁଦୃଢ଼ ସହ କ୍ରୀଡାବିତ ଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂକଳ୍ପବଦ୍ଧ ବୋଲି କହିଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ 54 ନମ୍ବର ଯୋନ ର ଜିଲ୍ଲା ପରିଷଦ ସଦସ୍ୟ ମଞ୍ଜୁଶ୍ରୀ ଦଳେଇ,ଜିଲ୍ଲା ଯୁବ ବିଜେଡି ସଭାପତି ଭବନୀକାନ୍ତ ସାହୁ,ବ୍ଲକ ଯୁବ ବିଜେଡି ବ୍ଲକ ସଭାପତି ବିନୋଦ ମହାଙ୍କୁଡ଼,ସି ହେଚ ନରେଶ, ଡିଲେଶ୍ୱର ରେଡ୍ଡୀ, ଧର୍ମରାଜ ରେଡ୍ଡୀ,ପ୍ରଫୁଲ୍ଲ ମହାରଣା ପ୍ରମୁଖ ମଂଚାସିନ ଥିଲେ।ବିଜେତା ଟ୍ରଫି ଦିଗପହଣ୍ଡି ହାସିଲ କରିଥିବା ବେଳେ ରନର୍ସ ଅଫ ବିକ୍ରମପୁର ହୋଇଛି।ସେହିପରି ବେଷ୍ଟ ପ୍ଲେୟର ସେମସଙ୍ଗ କୁମାର, ବେଷ୍ଟ ହିଟର ଦିଗପହଣ୍ଡି ମଣ୍ଟୁ,ବେଷ୍ଟ ନେଟର ସୁମିତ ପରିଛା ଙ୍କୁ ପୁରସ୍କୃତ କରାଯାଇଛି।
କାର୍ଯ୍ୟକ୍ରମ କୁ ଶାନ୍ତନୁ କୁମାର ରଣା ସଭାପତିତ୍ୱ କରିଥିବା ବେଳେ ଶିଶିର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ରେଫରି ଭାବେ ଧର୍ମେନ୍ଦ୍ର ବେହେରା ଓ ଘୋଷକ ଭାବେ ମଣ୍ଟୁ କୁମାର କାର୍ଯ୍ୟ ସମ୍ପାଦନ କରିଥିଲେ।ଚକରା ଦାସ,ଦୀନବନ୍ଧୁ ରାଉତ,ନିର ଦାସ,ପିତାମ୍ବର ଦାସ,ଜଗା ରାଉତ,ନିରାକାର ମହାଙ୍କୁଡ଼,ନବ କିଶୋର ପଟ୍ଟନାୟକ, ବିଜୟ ବେହେରା ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here