ଵ୍ରହ୍ମପୁର: ବିଶ୍ୱର ସର୍ବକ୍ଷୁଦ୍ର ତ୍ରିରଙ୍ଗା ତିଆରି କରି ନିଜ ରେକର୍ଡ ନିଜେ ଭାଙ୍ଗିଲେ ଶିଳ୍ପୀ ସତ୍ୟ ନାରାୟଣ ମହାରଣା |ଦେଶର ୭୫ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ଆଜାଦି କା ଅମୃତ ମହୋତ୍ସବ ଏବଂ ଘର୍ ଘର୍ ମେ ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଳନ ସକାଶେ ବ୍ରହ୍ମପୁରର ବାଲୁକାଶିଳ୍ପୀ ଶ୍ରୀ ସତ୍ୟନାରାୟଣ ମହାରଣା ଦେଶର ୭୫ ଟି ଐତିହ୍ୟସ୍ଥଳୀକୁ ଚକ୍ ରେ ନିର୍ମିତ କରିଛନ୍ତି ଯାହାକି ଏସିଆ ବୁକ ଅଫ୍ ରେକର୍ଡ଼ ଓ ଇଣ୍ଡିଆ ବୁକ ଅଫ୍ ରୋକର୍ଡ଼ ରେ ସ୍ଥାନିତ ହୋଇଛି l ତତସହ ୧ ମି.ମି ରୁ କମ୍ ଉଚ୍ଚତା ବିଶିଷ୍ଟ ବିଶ୍ୱର ସର୍ବ କ୍ଷୁଦ୍ର ତ୍ରିରଙ୍ଗା ତିଆରି କରି ନିଜ ନିର୍ମିତ ୩ ମି.ମି ର ରେକର୍ଡ କୁ ଭାଙ୍ଗି ନୂଆ ରେକର୍ଡ଼ ସୃଷ୍ଟି କଲେ l