ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

0
209

ବ୍ରହ୍ମପୁର:ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡ଼ିୟମଠାରେ ସରକାରଙ୍କର କୋଭିଡ ନିୟମ ମାନି ପାଳନ କରାଯାଇଅଛି | ଏହି ଜାତୀୟ ଉତ୍ସବରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀଯୁକ୍ତ ଟି. ଆଓ,(ଭା.ପ୍ର.ସେ.) ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶାନ୍ତି, ମୈତ୍ରୀ, ସମୃଦ୍ଧି ଓ ସ୍ୱାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରିଥିଲେ | ତାଙ୍କର ଅଭିଭାଷଣରେ ଜାତିର ପିତା ମହାତ୍ମାଗାନ୍ଧୀ ଏବଂ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ କୃତଜ୍ଞତା ଜଣାଇ ଥିଲେ l ସ୍ୱାଧୀନତା ହାସଲ ପାଇଁ ଯେଉଁ ଦେଶ ପ୍ରେମୀ ନିଜର ପ୍ରାଣକୁ ବାଜି ଲଗାଇ ସ୍ୱାଧୀନତା ହାସଲ କରିଥିଲେ ସେହି ଦେଶପ୍ରେମୀଙ୍କ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଆମ ଦେଶର ସମ୍ବିଧାନ କାର୍ଯ୍ୟକାରୀ କରାଯାଇଥିଲା ଏବଂ ଗଣତନ୍ତ୍ର ଓ ସାର୍ବଭୌମକୁ ଧର୍ମ ନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଘୋଷଣା କରାଯାଇଛି l ସେହିଦିନ ଠାରୁ ଆମେ ସମସ୍ତେ ଭରତବାସୀ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରୁଛେ l ସମ୍ବିଧାନ ପ୍ରଣୟନ ସଭାର ଅଧକ୍ଷ ଡ଼. ଭୀମରାଓ ଆମ୍ବେଦକର ଓ ଅନ୍ୟ ସମ୍ବିଧାନ ପ୍ରଣୟନଙ୍କୁ ମଧ୍ୟ କୃତଜ୍ଞତା ଜଣାଇ ଥିଲେ | ଆମ ସମ୍ବିଧାନ ଦେଶର ସର୍ବୋଚ୍ଚ ଆଇନ ଓ ଆମେ ଯେକୌଣସି ଜାତି, ଧର୍ମ, ଲିଙ୍ଗ, ଭାଷା ବସତି ହେଲେ ମଧ୍ୟ ଆମେ ସମସ୍ତେ ଭରତୀୟ l ଆମ ସମ୍ବିଧାନ ବିଶ୍ୱରେ ଆଦର୍ଶ ଓ ଦେଶର ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ନ୍ୟାୟ ସ୍ୱାଧୀନତା ଚିନ୍ତା ବିଚାର ଆଦି ସ୍ୱତନ୍ତ୍ରତା | ଦେଶର ଏକଥା ଓ ଅଖଣ୍ଡତାର ବଜାୟ ରଖିବା ପାଇଁ ସମାନ ଅଧିକାର ପ୍ରଦାନ କରାଯାଇଛି l ଭାରତର ପ୍ରତ୍ୟେକ ନାଗରିକ ଆଇନ ଆଖିରେ ସମାନ ଅଟନ୍ତି l ଜାତି, ଧର୍ମ, ବର୍ଣ୍ଣ, ଭାଷା, ଲିଙ୍ଗ ଦୃଷ୍ଟିରୁ ଆମେ ସମସ୍ତେ ସମାନ କେହି ବଡ ନୁହନ୍ତି କିମ୍ବା ଛୋଟ ନୁହନ୍ତି, ଆମ ସମସ୍ତଙ୍କୁ ମୌଳିକ ଅଧିକାର ସୁବିଧା ପ୍ରଦାନ କରାଯାଇଛି | ଆମେ ସମସ୍ତେ ସଚେତନତା ହେବା ଆବଶ୍ୟକ ଓ ନିଜ ନିଜ ମୌଳିକ ଅଧିକାରକୁ ଉପଭୋଗ କରିବା ସଙ୍ଗେ ସଙ୍ଗେ ଆମ ଜାତି ଓ ରାଷ୍ଟ୍ର ପ୍ରତି ଆମର କର୍ତ୍ତବ୍ୟ ବିଷୟରେ ସଚେତନତା ରହିବ ତେବେ ଆମ ଦେଶ ନିଶ୍ଚିତ ଦ୍ରୁତ ବିକାଶ ହୋଇପାରିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ | ଆସନ୍ତୁ ସମସ୍ତେ ପରସ୍ପର ମଧ୍ୟରେ ଶାନ୍ତି, ମୈତ୍ରୀ ଓ ସଦଭାବନା ବଜାୟ ରଖିବା ଏବଂ ଆମ ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବା ସଙ୍ଗେ ସଙ୍ଗେ ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ଶପଥ ନେବା ଏବଂ ନିଜ ଓ ସମାଜର ଅଭିବୃଦ୍ଧି ପାଇଁ ଚିନ୍ତା କରିବା ଏବଂ ସମସ୍ତଙ୍କ ଭବିଷ୍ୟତ ବିଷୟରେ ଚେଷ୍ଟା କରିବା ଦରକାର ବୋଲି ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ | ଏଣୁ ସମସ୍ତେ ଶାନ୍ତିରେ ବସବାସ କରିବା ଓ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଭବିଷ୍ୟତ ଉଜ୍ୱଳମୟ କରିପାରିବା |
ଏହି ଉତ୍ସବରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ୱର ବଳିରାମ ବୋନ୍ଦାର,(ଭା.ପ୍ର.ସେ.), ଉପ-ଜିଲ୍ଲାପାଳ-ତଥା-ଉତ୍ସବ ପାଳନ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ୱି. କୀର୍ତ୍ତି ୱାସନ୍,(ଭା.ପ୍ର.ସେ.), ବ୍ରହ୍ମପୁର, ଶ୍ରୀଯୁକ୍ତ ପିନାକୀ ମିଶ୍ର,(ଭା.ପୋ.ସେ.), ଆରକ୍ଷୀ ଅଧିକ୍ଷକ, ବ୍ରହ୍ମପୁର, ଖଲ୍ଲିକୋଟ ବିଶ୍ଵ ବିଦ୍ୟାଳୟ କୁଳପତି, ଡ଼.ପ୍ରଫୁଲ୍ଲ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ | 

ଆଜିର ଏହି ଉତ୍ସବରେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ଜନସାଧାରଣଙ୍କୁ ସେବା ଯୋଗାଉଥିବା ଆଗଧାଡିର କରୋନା ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀ ଓ ସଫେଇ କର୍ମଚାରୀମାନଙ୍କୁ ମାନପତ୍ର ଓ ସିଲଡ୍ ଦେଇ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା | ସେହି ସ୍ୱାସ୍ଥ୍ୟକର୍ମୀଙ୍କ ନାମ ମିନତୀ ବେହେରା, ହିଞ୍ଜିଲକାଟୁ ବ୍ଲକ, ନଳିନୀ ଡିଗାଲ, ସୋରଡ଼ା ବ୍ଲକ, ପଦ୍ମାଳୟା ଗୌଡ଼, ବେଗୁନିଆପଡା ବ୍ଲକ, ଗେଲମଣି ସାହୁ ଓ ଲକ୍ଷ୍ମୀ ସେଠୀ, ବ୍ରହ୍ମପୁର ମହାନଗର ନିଗମ ଓ ସଫେଇ କର୍ମଚାରୀଙ୍କ ନାମ ପ୍ରଦୀପ କୁମାର ପାରିଚ୍ଛା, ପବିତ୍ର ମଣ୍ଡଳ, ହରି ନାୟଡୁ, ଦିଲୀପ କୁମାର ନାୟକ ଓ ଅଭିନ ଗରୁଡ଼ଙ୍କୁ ସମ୍ମାନିତ କରାଯାଇଥିଲା |
ଏହା ସହିତ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଅନଲାଇନ ମାଧ୍ୟମରେ ଚିତ୍ରାଙ୍କନ, ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତା ହୋଇଥିଲା ଏଥିରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ମଧ୍ୟ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା | ସେହି କୃତି ପ୍ରତିଯୋଗୀଙ୍କ ନାମ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ – ପ୍ରଣୀତ ବେହେରା, ଦ୍ଵିତୀୟ ସ୍ଥାନ – କଳ୍ପନା ମହାନ୍ତି ଓ ତୃତୀୟ ସ୍ଥାନ – ବିକ୍ରମ ଦାସ, ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ – ଅଭିଷେକ ସାମନ୍ତରାୟ, ଦ୍ଵିତୀୟ ସ୍ଥାନ – ପ୍ରିନ୍ସ ଜେନା ଓ ତୃତୀୟ ସ୍ଥାନ – ସାରଥୀ ସାହୁ ଓ କୁଇଜ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ – ଅଭିଷେକ ସାମନ୍ତରାୟ, ଦ୍ଵିତୀୟ ସ୍ଥାନ – ରବି ଶଙ୍କର ପାଢ଼ୀ ଓ ତୃତୀୟ ସ୍ଥାନ – ଓମ ବେହେରାଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା |
ଏହି ଉତ୍ସବରେ ଶ୍ରୀ ଦିଲ୍ଲୀପ କୁମାର ବେହେରା, ଆର୍.ଆଇ. ଅଫ୍ ପୋଲିସ୍, ବ୍ରହ୍ମପୁର ପ୍ୟାରେଡ଼ ପରିଚାଳନା କରିଥିବା ବେଳେ ନାରାୟଣ ପ୍ରଧାନ, 2nd କମାଣ୍ଡର ସହଯୋଗ କରିଥିଲେ | ଏହି ଉତ୍ସବକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମଗୁଡ଼ିକ ସମ୍ପାଦିତ ହୋଇଥିଲା ଏବଂ ତାଙ୍କ ପରିଚାଳନାରେ ବିଭାଗୀୟ ବରିଷ୍ଠ କର୍ମଚାରୀ ଲୋକନାଥ ଶତପଥୀ ସହଯୋଗ କରିଥିଲେ |

LEAVE A REPLY

Please enter your comment!
Please enter your name here