ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ଟିମ କ୍ଲିନ ସିଟି ସମ୍ବର୍ଦ୍ଧିତ ନିରାଶ୍ରୟଙ୍କୁ ସେବା ପ୍ରଦାନ କାର୍ଯ୍ୟ ୧୦୨କୁ ବୃଦ୍ଧି

0
230

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଅଗ୍ରଣି ସ୍ବେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟିର ସାମାଜିକ ଦାୟିତ୍ୱବୋଧ ଓ ନିଃସ୍ୱାର୍ଥପର ସେବା ମନୋବୃତ୍ତିକୁ ଆଜି ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୁୟସୀ ପ୍ରସଂଶା କରାଯାଇଛି। ଛତ୍ରପୁର ଠାରେ ଆୟୋଜିତ 73ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ପ୍ରଶାସନ ପକ୍ଷରୁ ପ୍ରସଂଶାପତ୍ର ଓ ସ୍ବୀକୃତିପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କୋଭିଡ କଟକଣା ଭିତରେ ଆୟୋଜିତ ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ସହ ପତାକା ଉତ୍ତୋଳନ କରିଥିଲେ। ପରେ ଛତ୍ରପୁର ବିଧାୟକ ସୁବାଷ ବେହେରା, ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗଂଜାମ ଏସପି ବ୍ରିଜେଶ ରାୟଙ୍କ ଉପସ୍ଥିତିରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଦ୍ୱାରା ଟିମ ସଦସ୍ୟମାନେ ସମ୍ବର୍ଦ୍ଧିତ ହୋଇଥିଲେ। ଦୀର୍ଘ ଦୁଇ ବର୍ଷରୁ ଅଧିକ କାଳ ଧରି ବିଭିନ୍ନ ପ୍ରକାର ସାମାଜିକ ସେବା ଯୋଗାଇ ଆସୁଥିବା ଟିମ ସଦସ୍ୟଙ୍କ ଦ୍ୱାରା ଆଜି ମଧ୍ୟ ରାସ୍ତାକଡରୁ ଦୁଇଜଣ ନିରାଶ୍ରୟଙ୍କୁ ଉଦ୍ଧାର କରିବା ସହ ସେବା ପ୍ରଦାନ କରାଯାଇଥିଲା। ଏଥିସହ ଟିମ ପକ୍ଷରୁ ବର୍ତ୍ତମାନ ସୁଦ୍ଧା 102ଜଣଙ୍କୁ ସେବା ଯୋଗାଇ ଦିଆଯାଇଛି। ଟିମ କ୍ଲିନ ସିଟି ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମ, ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ମାନିତ ହୋଇସାରିଛି। ତେବେ ଆଜି ଜିଲ୍ଲାସ୍ତରରେ ପ୍ରଶାସନ ପକ୍ଷରୁ ପ୍ରଦତ୍ତ ସ୍ୱୀକୃତି ଯୋଗୁଁ ଟିମ ସଦସ୍ୟଙ୍କ ମନୋବଳ ବୃଦ୍ଧି ପାଇଛି। ଏଥିପାଇଁ ଟିମ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ଜିଲ୍ଳା ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରାଯାଇଛି।

LEAVE A REPLY

Please enter your comment!
Please enter your name here