ଲଲାଟେନ୍ଦୁଙ୍କ ମହାନତା, ପଶୁଙ୍କୁ ଜୀବନ ଦାନ ଦେଇ ସମ୍ବର୍ଦ୍ଧିତ

0
218

ବ୍ରହ୍ମପୁର : ସାମ୍ବାଦିକ କହିଲେ ସମସ୍ତଙ୍କ ମନରେ ଏକ ସ୍ନେହ ଓ ଶ୍ରଦ୍ଧା ରହିଥାଏ। ସେହି ହିସାବରେ ବ୍ରହ୍ମପୁର ଗୋଷାଣୀନୂଆଁଗାଁରେ ବାସ କରୁଥିବା ସାମ୍ବାଦିକ ଲଲାଟେନ୍ଦୁ ଚୈଧୁରୀଙ୍କ ପରିଚୟ ସେ ନିଜେ। ସେ ଏକାଧାରରେ ସାମ୍ବାଦିକ ସହ ସମାଜସେବୀ ଏବଂ ପଶୁପ୍ରେମୀ। କେଉଁଠି ବି ପଶୁ କିମ୍ବା ପକ୍ଷୀ ଅସହାୟ ଅବସ୍ଥାରେ ଦେଖିଲେ, ସେ ଲାଗିଯାଆନ୍ତି ତାର ସେବାରେ। ଦିର୍ଘ ୪ ବର୍ଷର ଏହି କର୍ମମୟ ଜୀବନରେ ତାଙ୍କ ସହିତ ଯୋଡି ହୋଇଯାଇଛନ୍ତି ବହୁ ସହକର୍ମୀ, ବିଭିନ୍ନ ବିଭାଗୀୟ କର୍ମଚାରୀ। ଏହି ପ୍ରେରଣା ପଛରେ ୪ ବର୍ଷ ତଳେ ଘରକୁ ଫେରିବା ସମୟରେ ଏକ ସ୍ଥାନରେ ବହୁ ବ୍ୟକ୍ତି ରୁଣ୍ଡ ହୋଇଥିବା ଦେଖି ଗାଡ଼ି ଅଟକାଇ ଦେଖିଲାବେଳକୁ ସେଠାରେ ଦୁର୍ଘଟଣା ହୋଇ ଏକ ଗାଈର ଗୋଡ ଭାଙ୍ଗି ରକ୍ତାକ୍ତ ଅବସ୍ଥାରେ ଅସହାୟ ହୋଇ ପଡ଼ିରହିଛି। ବହୁ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ ମଧ୍ୟ ଗାଈକୁ ସାହାଯ୍ୟ କରିବା ଲାଗି କେହି ଆଗେଇ ଆସୁନଥିବାରୁ ସାମ୍ବାଦିକ ଲଲାଟେନ୍ଦୁ ତୁରନ୍ତ ପଶୁ ଚିକିତ୍ସାଳୟର ଡ଼ା ତ୍ରିନାଥ ନାୟକଙ୍କ ସହ ଯୋଗାଯୋଗ କରି ଗାଈଟିର ଜିବନ ବଞ୍ଚାଇବାରେ ସମର୍ଥ ହୋଇଥିଲେ। ସେହି ଦିନଠାରୁ ଲଲାଟେନ୍ଦୁ ଆଉ ପଛକୁ ଫେରି ନାହାନ୍ତି। ଅନବରତ ଭାବେ ଜାରି ରଖିଛନ୍ତି ସେବା ମନୋଭାବ। ଏ ମଧ୍ୟରେ ସେ ୭ଶହରୁ ଉର୍ଦ୍ଧ ପଶୁ, ୫ରୁ ଉର୍ଦ୍ଧ ପକ୍ଷୀଙ୍କୁ ଅସହାୟ ଅବସ୍ଥାରେ ଉଦ୍ଧାର କରି ସେବା ଯୋଗାଇ ଆସିଛନ୍ତି। ପ୍ରଶାସନ ସ୍ଥରରେ ମଧ୍ୟ ସମ୍ମାନ ଜଣାଇ ପଶୁପ୍ରେମୀ ଲଲାଟେନ୍ଦୁଙ୍କୁ ପଶୁ ସମ୍ପଦ ସୁରକ୍ଷାକାରୀ ଭାବେ ଗଞ୍ଜାମ ଜିଲ୍ଲା (SPCA) କମିଟିରେ ନିଆଯାଇଛି। କେବଳ ପଶୁ ପକ୍ଷୀ ନୁହଁନ୍ତି, ରାସ୍ତାକଡ଼ରେ ପଡିଥିବା ଅସହାୟଙ୍କୁ ଚିକିତ୍ସା ସହ ଜରା ଶ୍ରମ ବ୍ୟବସ୍ଥା ଏବଂ କର୍କଟ ଓ କିଡନୀ ଜନିତ ରୋଗରେ ପୀଡ଼ିତ ଥିବା ରୋଗୀଙ୍କୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଚିକିତ୍ସା ସହ ଆର୍ଥିକ ସହାୟତା ଯୋଗାଇ ଦେଇଆସିଛନ୍ତି ଶ୍ରୀ ଚୌଧୁରୀ। ପଶୁ ଓ ପକ୍ଷୀଙ୍କ ନିରନ୍ତର ସେବା କାର୍ଯ୍ୟ ସକାଶେ ୭୩ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ପ୍ରଶାସନ ପକ୍ଷରୁ ଶ୍ରୀ ଚୈଧୁରୀଙ୍କୁ ଭୁୟସୀ ପ୍ରଶଂସା କରାଯିବା ସହ ପ୍ରଶଂସାପତ୍ର ଓ ସ୍ବୀକୃତିପତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ରାଜ୍ୟ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା।କୋଭିଡ କଟକଣା ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ବିଧାୟକ ସୁବାଷ ବେହେରା, ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗଂଜାମ ଏସପି ବ୍ରିଜେଶ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here