ବେଲଗୁଣ୍ଠାରେ ଶ୍ରୀ ମାଁ ରୁଦ୍ର କାଳୀଙ୍କ ମନ୍ଦିର ପ୍ରତିଷ୍ଠା

0
282

ବେଲଗୁଣ୍ଠା:ବେଲଗୁଣ୍ଠା ସହରର ଖଦାଳ ସାହି ଠାରେ ଶ୍ରୀ ମାଁ ରୁଦ୍ର କାଳୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି ।ଏହି ମହୋତ୍ସବ ୨୦ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ଅର୍ଥାତ ୨୪ ତାରିଖରେ ସମାପନ ହୋଇଅଛି ।ଦୀର୍ଘ ୫ ଦିନ ଧରି ହୋଇଥିବା ଏହି ଉତ୍ସବରେ ୨୦ ତାରିଖରେ ବ୍ରାହ୍ମଣ ବରଣ,ଦୀକ୍ଷା ଗ୍ରହଣ ବନଯାଗ,ମଣ୍ଡଳକରଣ, ଜଳଯାତ୍ରା ଓ ଅଙ୍କୁରାରୋପଣ ହୋଇଥିବା ବେଳେ ୨୧ ତାରିଖରେ କର୍ମାରମ୍ଭ,ସୁର୍ଯ୍ୟ ପୂଜା, ଶାଲା ସଂସ୍କାର,ଯଞ୍ଜ ଆରମ୍ଭ ଓ ରତ୍ନ ଗର୍ଭ ମୁଦ୍ରା କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା ।ସେହିପରି ୨୨ ତାରିଖରେ କାରୁଶାଲା ଓ ଦେବାଧିବାସ,ସଂଧ୍ୟାରେ ସ୍ନାନ ଶୟନ ଓ ଚଣ୍ଡିଯଜ୍ଞ ,୨୩ ତାରିଖରେ ଦେବାଳୟ ସଂସ୍କାର,ସିଂହାସନ ପ୍ରତିଷ୍ଠା,ଦେବୀଙ୍କ ପ୍ରାଣ ପ୍ରତିଷ୍ଠା,୨୪ ତାରିଖରେ ମାଁ ରୁଦ୍ର କାଳୀଙ୍କ ମୃଣ୍ମୟୀ ପ୍ରତିମା ସହିତ ନଗର ପରିକ୍ରମା ,ସିଂହାସନରେ ଦେବୀଙ୍କ ସ୍ଥାପନା ଅନୁଷ୍ଠିତ ହୋଇଥିବା ବେଳେ ସଂଧ୍ୟା ୫ ଘଟିକା ସମୟରେ ପୁର୍ଣ୍ଣହୁତି ହୋଇଥିଲା ।ବ୍ରାହ୍ମଣ ମାନଙ୍କ ବେଦ ପାଠରେ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।ମହୋତ୍ସବରେ ପଞ୍ଚକୁଣ୍ଡ ପ୍ରତିଷ୍ଠା କରାଯାଇ ଏକକାଳୀନ ଅଧିବାସ,ହୋମଯଜ୍ଞ କରାଯାଇ ଏକକାଳୀନ ପୁର୍ଣ୍ଣାହୁତୀ ହୋଇଥିଲା ।ଗୁରୁଯଜ୍ଞର କର୍ତ୍ତା ରୁପେ ସପତ୍ନୀକ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଋକ୍ ବେଦ ଯଜ୍ଞର କର୍ତ୍ତା ଭାବେ ବଣିକସଂଘ ସଭାପତି ସନ୍ନତ କୁମାର ସୁବୁଦ୍ଧି ଓ ତାଙ୍କ ସହଧର୍ମିଣୀ,ସାମ୍ ବେଦ ଯଜ୍ଞ କର୍ତ୍ତା ରୁପେ ବାଳକୃଷ୍ଣ ପାତ୍ର ଓ ତାଙ୍କ ଧର୍ମ ପତ୍ନୀ, ଯଜୁଃବେଦ ଯଜ୍ଞ କର୍ତ୍ତା ଭାବେ ସାଇରାମ ପାତ୍ର ଓ ତାଙ୍କ ପତ୍ନୀ ,ଅଥର୍ବ ବେଦ ଯଜ୍ଞ କର୍ତ୍ତା ଭାବେ ସଞ୍ଜିବ କୁମାର ପାତ୍ର ଓ ତାଙ୍କ ପତ୍ନୀ କାର୍ଯ୍ୟ ତୁଲାଇ ଥିଲେ ।ପଣ୍ଡିତ ଦିଗାମ୍ବର ଷଢ଼ଙ୍ଗୀ ଓ ବିଜୟ କୃଷ୍ଣ ଶରଣପୁର ଶାସନର ପଣ୍ଡିତ ମାନଙ୍କ ଦ୍ୱାରା କାର୍ଯ୍ୟ ସମ୍ପାଦନ ହୋଇଥିଲା ।ଏଥିରେ ମନ୍ଦିର ପରିଚାଳନା କମିଟିର ସଭାପତି କେ.ଜିତେନ୍ଦ୍ର ସୁବୁଦ୍ଧି, ଉପସଭାପତି ପବିତ୍ର କୁମାର ସାହୁ ଓ ସିମାଞ୍ଚଳ ନାଇକ, ସମ୍ପାଦକ କୈଳାସ କୁମାର ମହାପାତ୍ର,ଯୁଗ୍ମ-ସମ୍ପାଦକ ଜଗନ୍ନାଥ ନାଇକ,କୋଷାଧ୍ୟକ୍ଷ ଭି.ରବୀନ୍ଦ୍ର ନାଥ ପାତ୍ର,ଲାଲୁ ପଣ୍ଡା, ସରୋଜ ଶତପଥୀ, ସତ୍ୟ ପାତ୍ର,କାଳିଆ ସାହୁ,ଯୋଗେନ୍ଦ୍ର ନାଇକ, କାମ୍ପ ନାଇକ,ବିଭୀଷଣ ନାଇକ ପରିଚାଳନା କରିଥିବାବେଳେ ଖଦାଳ ସାହି ଓ ବାଙ୍କ ବଜାର ସାହି ବାସିନ୍ଦା ସହଯୋଗ କରିଥିଲେ ।

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here