ବୈଷୟିକ ଶିକ୍ଷା ଓ ତାଲିମ ନିମନ୍ତେ ପରାମର୍ଶ ମେଳା

0
221

ବୁଗୁଡା :ଫେବୃଆରୀ ୨୨ ତାରିଖ ଦିନ ବୁଗୁଡା ବ୍ଲକ ସ୍ତରୀୟ ବୈଷୟିକ ଶିକ୍ଷା ଓ ତାଲିମ ନିମନ୍ତେ ପରାମର୍ଶ ମେଳା ବ୍ଲକ ଅଫିସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ବିପିଏମ ସଞ୍ଜୁ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଦକ୍ଷତା ମେଳାରେ ବୁଗୁଡା ବ୍ଲକ ବିଡ଼ିଓ ବାସୁଦେବ ନାୟକ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରି ଯୋଗଦେଇଥିବା ବେକେ ସମ୍ମାନୀତ ଅତିଥି ଭାବେ ସହକାରୀ ନିର୍ଦ୍ଦେଶକ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ସମାଜସେବୀ କେ.ନୀଳମାଧବ ଆଚାରି ଓ ମଦନ ଗୋପାଳ ଦୋରା ଯୋଗଦେଇଥିଲେ। ଏହି ମେଳାରେ ୨୮୦ ଜଣ ଶିବିରାର୍ଥୀ ନାମ ପଞ୍ଜିକରଣ କରିଥିବା ବେଳେ ସେମାନଙ୍କି ଅତିଥି ବୃନ୍ଦ ବୈଷୟିକ ତାଲିମର ଉପକାରୀତା ବିଷୟରେ ଧାରଣା ପ୍ରଦାନ କରିଥିଲେ। ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରୁ ୧୦ ଜଣ ଟେକିନ୍ସିଆନ ଯୋଗଦେଇ ସେମାନଙ୍କ ଅନୁଷ୍ଠାନରେ ତାଲିମ ଦିଆଯାଉଥିବା ବିଭିନ୍ନ ଟ୍ରେଡ଼ ବିଷୟରେ କହିବା ସହ ସୁବିଧା ସୁଯୋଗ ବିଷୟରେ କହିଥିଲେ। ପ୍ରାୟ ୫୦ ପ୍ରତିଶତ ଶିବିରାର୍ଥୀ ତାଲିମ ପାଇଁ ଯିବାକୁ ସମ୍ମତି ପ୍ରଦାନ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here