ସୁମଣ୍ଡଳରେ ରାଜରାସ୍ତାରେ ଅବରୋଧ ଚାଷୀ, ଯାତାୟତ ଠପ୍

0
265

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ ସୁମଣ୍ଡଳ ଠାରେ ରାଜରାସ୍ତାରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ଚାଷୀ l ଗତକାଲି ବୁରୁଝୁରୀ ଠାରେ ଧାନ ରଖି ଚାଷୀ ଆନ୍ଦୋଳନରେ ବସିଥିବା ବେଳେ ବେଳେ ଆଜି ପୁଣି ସମାନ ଢଙ୍ଗରେ ସୁମଣ୍ଡଳ ଠାରେ ଧାନ ବସ୍ତା ରଖି ଚାଷୀ ପ୍ରତିବାଦ କରିଛନ୍ତି । ଠିକ ସମୟରେ ଉଚିତ ପରିମାଣର ଧାନ ଉଠାଇବା ସହ ଟୋକେନ୍ ଅବଧି ବଢାଇବା ପାଇଁ ଦାବି କରିଛନ୍ତି ଚାଷୀ । ଫଳରେ ବେଗୁନିଆପଡା ଠାରୁ ଭୁବନେଶ୍ୱର, ଅଙ୍ଗାର ଗାଁ ଓ ବାଣପୁର ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି l ସୁମଣ୍ଡଳରେ ସକାଳ ୬ଟାରୁ ଚାଷୀ ରାଜରାସ୍ତାରେ ବସିଥିବା ବେଳେ ବୁରୁଝୁରୀ ଥରେ ଗତକାଲି ଠାରୁ ଚାଷୀ ବସିଛନ୍ତି । ଯଦି ଦାବୀ ପୁରାଣ ନ ହୁଏ ତେବେ ପ୍ରତିବାଦ ଜାରି ରହିବ ବୋଲି ଆନ୍ଦୋଳନକାରୀ ଚାଷୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here