କୌଶଳ କ୍ରମେ ଟଙ୍କା ଥିବା ବେଗ ଲୂଟି ନେଲେ ଦୁର୍ବୁତ୍ତ

0
776

ରମ୍ଭା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଏକ ନୂଆ କୌଶଳରେ ଗଞ୍ଜାମ ଜିଲ୍ଲା ଅଧିନସ୍ଥ ରମ୍ଭା ଥାନା ଅନ୍ତର୍ଗତ ସାବୁଳିଆ ଛକ ନିକଟରୁ ଟଙ୍କା ବ୍ୟାଗ ଲୁଟି ନେଇଛନ୍ତି ଲୁଟେରା । ରମ୍ଭା ଥାନା ଅଧିକାରୀଶ୍ରୀ କୃଷ୍ଣ ଚନ୍ଦ୍ର ସେଠୀଙ୍କ ସୂଚନା ଅନୁସାରେ ରମ୍ଭା ସହରରେ ଥିବା ଆନ୍ଧ୍ର ବ୍ୟାଙ୍କରୁ ୪୯ ହଜାର ଟଙ୍କା ଉଠାଇ ଖଲ୍ଲିକୋଟ ବ୍ଲକ ଅଧିନସ୍ଥ ସାବୁଳିଆ ଗ୍ରାମର ଇନ୍ଦ୍ର ଦଳାଇ ପୂର୍ବାହ୍ନ୧୦.୩୦ ସମୟରେ ସାଇକେଲରେ ଘରକୁ ଫେରୁଥିବା ବେଳେ,ପୂର୍ବରୁ ତାଙ୍କୁ ଅନୁସରଣ କରୁଥିବା ଦୁର୍ବୃତ୍ତ ଦୁହେଁ ଏକ ନମ୍ବର ବିହୀନ ବାଇକରେ ଆସି ଇନ୍ଦ୍ରଙ୍କ ଉପରେ ଛେପ ପକାଇଥିଲେ। ଏଥିରେ ପ୍ରତିବାଦ କରିବାରୁ ପଛରେ ବସିଥିବା ବାଇକ ଆରୋହି ଗାଡିରୁ ଓହ୍ଲାଇ ଭୁଲ ହୋଇଗଲା କହି ନିକଟରେ ଥିବା ନଳକୂପରୁ ପାଣି ଆଣି ଧୋଇବାକୁ କହିଥିଲେ । ଏତିକି ବେଳେ ଟଙ୍କା ବ୍ୟାଗଟିକୁ ଝାମ୍ପି ନେଇ ଦୁଇ ଲୁଟେରା ବାଇକରେ ଉଭାନ ହୋଇଯାଇଥିଲେ ।
ଅଭିଯୋଗ ପାଇ ପୋଲିସ ୧୭୬/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି ।

LEAVE A REPLY

Please enter your comment!
Please enter your name here