ତାରାତାରିଣୀ ଛକରେ ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ

0
752

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ଛକରେ ଏକ ଘରୋଇ ଯାତ୍ରୀବାହୀ ବସ ପୁରୁଷୋତ୍ତମପୁରରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ବସଟି ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେବା ପରେ ରାସ୍ତା କଡ଼କୁ ଓଲଟିପଡିଥିଲା । ବସରେ ଥିବା ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଥାନା ପୋଲିସ ଓ ପୁରୁଷୋତ୍ତମପୁର ତହସିଲଦାର ପହଞ୍ଚି ଆହାତଙ୍କୁ ଉଦ୍ଧାର କରିବା ସହ ପୁରୁଷୋତ୍ତମପୁର ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରିଛନ୍ତି ।

LEAVE A REPLY

Please enter your comment!
Please enter your name here