ପୋଖରୀରେ ବୁଡ଼ି ନାବାଳକଙ୍କ ମୃତ୍ୟୁ

0
386

ପୋଲସରା(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଳକର୍ ମଧୁପଲ୍ଲୀ ଗ୍ରାମରେ ଏପ୍ରିଲ ୧୫ ତାରିଖ ଗୁରୁବାର ପୂର୍ବାହ୍ନ ୧୧.୦୦ ଘଣ୍ଟା ସମୟରେ ପୋଖରୀରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ରୋହନ ମହାରଣା । ଏସ୍. ଛଚିନା ଗ୍ରାମର ଅନାଦି ମହାରଣା ମଧୁପଲ୍ଲୀ ଗ୍ରାମରେ ଶଶୁର ଘରେ ରହି ଆସୁଥିଲେ । ରୋଶନ ଓ ରୋହନ ଦୁଇ ଜଣ ଅନାଦିଙ୍କ ଯମଜ ସନ୍ତାନ ଅଟନ୍ତି । ଗୁରୁବାର ଦିନ ୧୧ ଟାରେ ସାହି ମଧ୍ୟରେ ଥିବା ଗଞ୍ଜ ପୋଖରୀରେ ଗାଧୋଇବା ବେଳେ ରୋଶନ ଓ ରୋହନ ଦୁଇ ଭାଇ ପାଣିରେ ବୁଡିଯାଇଥିଲେ । ଦୁଇ ବାଳକଙ୍କୁ ସାହି ବାସିନ୍ଦା ଉଧାର କରି ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ରୋହନଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ବେଳେ ରୋଶନର ଚିକିତ୍ସା ପରେ ସୁସ୍ଥ ରହିଛନ୍ତି । ଖବର ପାଇ ସ୍ଥାନୀୟ ପୋଲିସ ମେଡ଼ିକାଲରେ ପହଞ୍ଚି ମରଶରୀରକୁ ଜବତ କରି ଏକ ଅପମୃତ ମାମଲା ରୁଜ୍ଜୁ କରିବା ସହ ଶବ ବ୍ଯବଛେଦ ନିମନ୍ତେ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସରକାରୀ ସାହାଯ୍ୟ ପାଇଁ ଆବେଦନ କରାଯିବ ବୋଲି ମଧୂପଲ୍ଲୀ ସରପଞ୍ଚଙ୍କ ପ୍ରତିନିଧି ବସନ୍ତ କୁମାର କରଣ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here