ବେଳଗୁଣ୍ଠା ଏନଏସି ଓ ମାଣିତରା ଗ୍ରାମ ଭୋଟର ତାଲିକାରେ ଜଣଙ୍କ ନାମ

0
299

ବୁଗୁଡା : ସୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଳଗୁଣ୍ଠା ଏନଏସି ଓ ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ବ୍ଲକର ମାଣିତରା ଗ୍ରାମରେ ଜଣେବ୍ୟକ୍ତିଙ୍କ ଦୁଇସ୍ଥାନରେ ନାମ ଥିବା ଜଣାପଡିଛି। ସେହି ବ୍ୟକ୍ତି ଜଣ ନାମ ପ୍ରଫୁଲ କୁମାର ପଣ୍ଡା, ପିତା- ଭଗବାନ ପଣ୍ଡା ବୋଲି ଜଣା ପଡ଼ିଛି। ସୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଳଗୁଣ୍ଠା ଏନଏସି ର ଅନୁଭାଗ ନଂ ୩-ଗୋପୀନାଥ ସାହି ର ଭାଗ ନଂ ୯୧ ଓ କ୍ରମିକ ସଂଖ୍ୟା ୪୭୨ ରେ ପ୍ରଫୁଲ କୁମାର ପଣ୍ଡା, ପି- ଭାଗବାନ ପଣ୍ଡା ଙ୍କ ନାମ ଥିବାବେଳେ ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ବ୍ଲକର ମାଣିତରା ଗ୍ରାମର ଅନୁଭାଗ ନଂ ୧-ମାଣିତରା ର ଭାଗ ନଂ ୩୫ ଓ କ୍ରମିକ ନଂ ୧୭୨ ରେ ମଧ୍ୟ ସେହି ବ୍ୟକ୍ତି ପ୍ରଫୁଲ କୁମାର ପଣ୍ଡା, ପିତା- ଭଗବାନ ପଣ୍ଡା ନାମ ରହିଅଛି। ବେଳଗୁଣ୍ଠାର ଭୋଟର ତାଲିକାରେ ଓଆର୧୫/୦୬୬/୨୪୬୪୩୧ ଭୋଟର ଆଇଡ଼ି କାର୍ଡ ନମ୍ବର ଲେଖାଥିବା ବେଳେ ମାଣିତରାର ତାଲିକାରେ ଓଆର/୧୦/୦୬୫/୧୯୮୧୨୯ ଉଲ୍ଲେଖ ରହିଅଛି। ପ୍ରଫୁଲ କୁମାର ପଣ୍ଡାଙ୍କ ନିଜ ଗ୍ରାମ ମାଣିତରା ହୋଇଥିବା ବେଳେ ସେ ବେଳଗୁଣ୍ଠା ଏନଏସିରେ ଘର କ୍ରୟକରି ବସବାସ ସହ ସେହି ଠିକଣାରେ ସ୍କୁଲ ମାନଙ୍କରେ ସରକାରୀ ଚାଉଳ ବଣ୍ଟନ ପାଇଁ ଡିଲର କାର୍ଯ୍ୟ କରିଆସୁଥିଲେ। ବେଳଗୁଣ୍ଠାର ଭୋଟର ତାଲିକାରେ ନିଜର ନାମ ମୋଦନ କରିଥିଲେ ମଧ୍ୟ ମାଣିତରା ଭୋଟର ତାଲିକାରୁ ତାଙ୍କ ନାମ ବାଦ ଦେଇନାହାଁନ୍ତି। ସେ ଉଭୟ ସ୍ଥାନରେ ଭୋଟ ଦେଉଥିବା ମଧ୍ୟ ଶୁଣାଯାଉଛି। ସେ ଉଭୟ ନିର୍ବାଚନ ମଣ୍ଡଳୀରେ ନାମ ରଖି ଉଭୟ ନିର୍ବାଚନ ମଣ୍ଡଳୀରୁ ରାଜନୈତିକ ସ୍ଥରରେ ରହି ଆର୍ଥିକ ଫାଇଦା ନେବାକୁ ଦୁଇ ସ୍ଥାନରେ ନାମ ରଖିଛନ୍ତି ବୋଲି ଲୋକମାନେ ଆଲୋଚନା କରୁଛନ୍ତି। ବୁଗୁଡା ବ୍ଲକରେ ବିଗତ ବର୍ଷରେ ପ୍ରାୟ ଦୀର୍ଘ ୧୦ ବର୍ଷ ଧରି ମାଣିତରା ଗ୍ରାମ ପଞ୍ଚାୟତର ବିଭିନ୍ନ ବ୍ଲକ କାର୍ଯ୍ୟ କରିଥିବା ଶୁଣାଯାଉଥିବା ବେଳେ ବେଳଗୁଣ୍ଠା ବ୍ଲକରେ ବିଭିନ୍ନ ସଂସ୍ଥାକୁ ଚାଉଳ ବଣ୍ଟନ ଦାୟିତ୍ୱ ନେଇଥିବା ମଧ୍ୟ ଶୁଣାଯାଉଛି। ନିଜର ଆର୍ଥିକ ଫାଇଦା ପାଇଁ ଜଣେ ବ୍ୟକ୍ତି ପୋଲସରା ନିର୍ବାଚନ ମଣ୍ଡଳୀ ଓ ସୋରଡ଼ା ନିର୍ବାଚନ ମଣ୍ଡଳୀରେ ନାମ ମୋଦନ କରି ଯେଉଁ ପ୍ରକାର ଆଇନ ଭଙ୍ଗ କରିଛନ୍ତି ସେହି ବିଷୟରେ ରାଜ୍ୟ ନିର୍ବାଚନ ଅଧିକାରୀ ଓ ଜିଲ୍ଲା ନିର୍ବାଚନ ଅଧିକାରୀ ମହୋଦୟ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here